jayashree

ରାଜ୍ୟପାଳଙ୍କ ଆଠଗଡ଼ ଗସ୍ତ ଓ ଜିମସାର ପରିସରେ ପଣ୍ଡିତ ଗୋପବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଠଗଡ଼ ମାଧପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରକୁ ଗତକାଲି ଅପରାହ୍ନରେ ପରିଦଦର୍ଶନରେ ଆସି ଅନୁଷ୍ଠାନ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ବ୍ରୋଞ୍ଜ ନିର୍ମିତ ପ୍ରତିମୂର୍ତ୍ତିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ପରେ ଅନୁଷ୍ଠାନ ପରିସରରେ ନର୍ସିଂ- ମହାବିଦ୍ୟାଳୟର ପ୍ରସ୍ତାବିତ ବହୁତଳ ପ୍ରାସାଦର ରାଜ୍ୟପାଳ ମହୋଦୟ ଶିଳାନ୍ୟାସ କରିଥିଲେ । ଆନୁଷ୍ଠାନିକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଉତ୍କଳର ବରପୁତ୍ର ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ତାଙ୍କ ଗୁଣାବଳୀ ଉପରେ ବର୍ଣ୍ଣନା କରିଥିଲେ । ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଲୋକସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ଜିମସାରର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଟିତ ସଭାରେ ସଭାପତି ଶ୍ରୀ ରଥ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାଷ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.