jayashree

ଗତ ୨୪ ଘଂଟାରେ ରାଜ୍ୟରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫୧୧୦୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୬୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୮୩, ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୬, ଭଦ୍ରକରୁ ୧୭୯, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୫୯, କଟକରୁ ୨୩୦, ଦେବଗଡ଼ରୁ ୨୩, ଢେ଼ଙ୍କାନାଳରୁ ୫୪, ଗଜପତିରୁ ୫୮, ଗଂଜାମରୁ ୩୬, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୩୯୧, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୭୩, କେଉଁଝରରୁ ୮୯, ଖୋର୍ଦ୍ଧାରୁ ୫୦୦, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୁରଭଂଜରୁ ୧୮୭, ନବରଂଗପୁରରୁ ୮୩, ନୟାଗଡ଼ରୁ ୯୭, ନୂଆପଡ଼ାରୁ ୨୮, ପୁରୀରୁ ୧୪୧, ରାୟଗଡ଼ାରୁ ୪୫, ସମ୍ବଲପୁରରୁ ୩୮, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲ୍‌ରୁ ୭୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.