ଗତ ୨୪ ଘଂଟାରେ ରାଜ୍ୟରେ ୧୧,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୦,୩୭୩ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୧୧୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୨୩, ବାଲେଶ୍ୱରରୁ ୫୦୮, ବରଗଡ଼ରୁ ୨୫୭, ଭଦ୍ରକରୁ ୪୬୧, ବଲାଙ୍ଗିରରୁ ୧୭୦, ବୌଦ୍ଧରୁ ୨୦୬, କଟକରୁ ୯୯୮, ଦେବଗଡ଼ର୮୬, ଢେ଼ଙ୍କାନାଳରୁ ୪୪୧, ଗଜପତିରୁ ୭୬, ଗଂଜାମରୁ ୧୫୮, ଜଗତସିଂହପୁରରୁ ୩୧୫, ଯାଜପୁରରୁ ୫୬୦, ଝାରସୁଗୁଡ଼ାରୁ ୧୮୪, କଳାହାଣ୍ଡିରୁ ୩୫୨, କନ୍ଧମାଳରୁ ୧୪୧, କେନ୍ଦ୍ରାପଡ଼ାରୁ ୧୯୮, କେଉଁଝରରୁ ୧୩୩, ଖୋର୍ଦ୍ଧାରୁ ୨୦୨୧, କୋରାପୁଟରୁ ୨୧୮, ମାଲକାନଗିରିରୁ ୭୩, ମୟୁରଭଂଜରୁ ୨୪୯, ନବରଂଗପୁରରୁ ୩୦୦, ନୟାଗଡ଼ରୁ ୩୧୬, ନୂଆପଡ଼ାରୁ ୫୪, ପୁରୀରୁ ୪୬୨, ରାୟଗଡ଼ାରୁ ୨୨୩, ସମ୍ବଲପୁରରୁ ୩୪୨, ସୋନପୁରରୁ ୨୬୧, ସୁନ୍ଦରଗଡ଼ରୁ ୬୯୯ ଓ ଷ୍ଟେଟ ପୁଲ୍‌ରୁ ୩୩୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.