ଲଣ୍ଡାପଥର ରାଜୁ ସ୍ମାରକୀ କ୍ରିକେଟ : ତୁଷ୍ଠାପାଲିକୁ ହରାଇ ଲଣ୍ଡାପଥର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ଖେଳ ପଡ଼ିଆରେ ଗତ ୨୦ ତାରିଖରୁ ହୋଇ ଆସୁଥିବା ପ୍ରଥମ ରାଜୁ ଭୋଇ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଶନିବାର ଦିନ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଲଣ୍ଡାପଥର ଓ ତୁଷ୍ଠାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ତୁଷ୍ଠାପାଲି ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୬୭ ରନ୍ କରିଥିବା ବେଳେ ବିପକ୍ଷ ଲଣ୍ଡାପଥର ଦଳ ୫.୪ ଓଭରରେ ଲକ୍ଷ୍ୟ ପୂରଣ କରି ବିଜୟୀ ହୋଇ ଚାମ୍ପିଅନ ଘୋଷିତ ହୋଇଥିଲା । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ରାହୁଲ କ୍ଷେତି ଓ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ କମଳାକାନ୍ତ ପଧାନ ପୁରସ୍କୃତ ହୋଇଥିଲେ । ମାୟାଧର ନାୟକ, ଗୋପାଳ ଚନ୍ଦ୍ର ଭୋଇ, ପ୍ରେମାରାଜ ଭୋଇ, ପ୍ରହଲ୍ଲାଦ ସ୍କୋରର ଓ ଧାରା ବିବରଣୀ ରପଦନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଧାୟକ ପ୍ରତିନିଧି ସୁଶିଲ ଚାନ୍ଦ, ଲଣ୍ଡାପଥର ସରପଞ୍ଚ ଦେବନ୍ତି କ୍ଷେତି, ବନ୍ଧପଡ଼ା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ଗୋପୀନାଥ ବାଗ, ରାଜପ୍ରତାପ ସିଂ ଦେଓ, ହୁତାଶନ ପାତ୍ର, ଶିବ କର୍ମୀ, ଗୋପାଳ କୃଷ୍ଣ ବୁଦ୍ଧିଆ, ବୁଣୁକୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପିଣ୍ଟୁ ଖମାରୀ, ଲିଙ୍ଗରାଜ ବଗର୍ତ୍ତି ଖେଳ ପରିଚାଳନା କରିଥିବା ବେଳେ ଦୀପକ ବଗର୍ତ୍ତି, ଛତିଶ କ୍ଷେତି, ରାହୁଲ, ଲିପୁ, ବିଘ୍ନ, ସୁନୀଲ, କମଳାକାନ୍ତ, ମଣ୍ଟୁ, ଦେବାନନ୍ଦ, ଓଁକାର, ଅଭି, ରାହୁଲ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.