oum

ଭାରତ-ୟୁକେ ମୁକ୍ତ ବ୍ୟବସାୟ ରାଜିନାମା (ଏଫ୍‌ଟିଏ)ର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମାପ୍ତ

jsm

ନୂଆଦିଲ୍ଲୀ, (ପିଆଇବି) : ଭାରତ ଏବଂ ୟୁକେ ୧୭ ମାର୍ଚ୍ଚ, ୨୦୨୨ ଗୁରୁବାର ଦିନ ଭାରତ-ୟୁକେ ମୁକ୍ତ ବ୍ୟବସାୟ ରାଜିନାମା (ଏଫଟିଏ) ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପୂର୍ଣ୍ଣ କରିଛନ୍ତି । ଭାରତୀୟ ଅଧିକାରୀମାନଙ୍କର ଏକ ପ୍ରତିନିଧିମଣ୍ଡଳ ଲଣ୍ଡନରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏହି ଆଲୋଚନାକୁ ହାଇବ୍ରିଡ ମାଧ୍ୟମରେ କରାଯାଇଛି ଯାହା ଅନୁସାରେ କିଛି ଆଲୋଚନାକାରୀ ୟୁକେ ବାର୍ତ୍ତା କେନ୍ଦ୍ରରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଏବଂ ଅନ୍ୟମାନେ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏହି ଆଲୋଚନାରେ ବୁଝାମଣାର ବିଷୟକୁ ପ୍ରଦାନ କରାଗଲା ଏବଂ ଏହାର ସର୍ବାଧିକ ଅଧ୍ୟାୟ ଉପରେ ଆଲୋଚନା କରାଗଲା । ଏହି ଆଧାରରେ ରାଜିନାମା କରାଯିବ । ଉଭୟ ପକ୍ଷର ବୈଷୟିକ ବିଶେଷଜ୍ଞ ମାନେ ଅଲଗା ଅଲଗା ୬୪ ଟି ଅଧିବେଶନରେ ଏକ ସହିତ ଆଲୋଚନା କଲେ । ଏହି ଆଲୋଚନାରେ ୨୬ ଟି ନୀତିଗତ ବିଷୟ ସାମିଲ୍ ଥିଲା । ଏହି ଆଲୋଚନାର ତୃତୀୟ ପର୍ଯ୍ୟାୟକୁ ଭାରତ ଆୟୋଜନ କରିବ, ଯାହା ଏପ୍ରିଲ୍ ୨୦୨୨ରେ ହେବାକୁ ରହିଛି ।

Leave A Reply

Your email address will not be published.