ବଲାଙ୍ଗିରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଶି ଦଶକର ଅଗ୍ନିଗର୍ଭା ଛାତ୍ରନେତା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବଲାଙ୍ଗିର ଆଗମନ ଉପଲକ୍ଷେ ତତ୍କାଳୀନ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ସମୁହ ଏବଂ ପୃଥ୍ୱୀରାଜ ହାଇସ୍କୁଲ ୭୭ ବ୍ୟାଚ୍‌ ସହପାଠୀମାନଙ୍କ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସଠାରେ ମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିକାଶମୂଳକ ଦାବୀ ସହିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କୀୟ ଦାବିପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଅଶିଦଶକର ଛାତ୍ର ଆନ୍ଦୋଳନର ବଲାଙ୍ଗିର ପ୍ରତିନିଧି ସମୁହ ଆନ୍ଦୋଳନର ପୁରୋଧା ଭାବେ ଶ୍ରୀ ପୂଜାରୀଙ୍କ ସହିତ ଅତି ଘନିଷ୍ଠ ଭାବେ ଆନ୍ଦୋଳନରେ ଭାଗ ନେଇ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏକ ଭାବନାତ୍ମକ ପରିବେଶରେ ମନ୍ତ୍ର ସମୟର ରୋମନ୍ଥନ କରି ସମସ୍ତ ପୁରାତନ ବନ୍ଧୁମାନଙ୍କୁ ସ୍ନେହପୂର୍ଣ୍ଣ ସମ୍ଭାଷଣ କରି ସମସ୍ତ ଦାବୀ ସମୁହକୁ ରାଜ୍ୟ ସରକାର ଅତି ଗୁରୁତ୍ୱର ସହିତ ବିଚାରକୁ ନେଇ ତାର ଯାଥାଯଥ ରୂପାୟନ କରିବେ ବୋଲି ମନ୍ତବ୍ୟ ରଖିଥିଲେ ।

jittmm
Leave A Reply

Your email address will not be published.