ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଜଗନ୍ନାଥ ନାଟ୍ୟ କଳା ପରିଷଦର ପଞ୍ଚମ ରଜନୀର ନାଟକ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଜୀ ଲାଲାଙ୍କ ବନବାସ ପରେ ଭରତଜୀ ଲାଲା ତାଙ୍କୁ ଫେରାଇବାକୁ ଯାଇଛନ୍ତି । କିନ୍ତୁ ପ୍ରଭୁ ପିତା ସତ୍ୟ ଅମାନ୍ୟ ହେବ ବୋଲି ଭରତଙ୍କୁ ତାଙ୍କ କଠଉ ପ୍ରଦାନ କରିଛନ୍ତି । ଭରତ କଠଉ ମୁଣ୍ଡରେ ବୋହି ରାମଙ୍କ ସ୍ୱରୂପ ଭାବରେ ଆଣି ତାକୁ ସିଂହାସନରେ ରଖି ପୂଜାକରି ପ୍ରଜାପାଳନ କରିଛନ୍ତି । ଏହି ଦୃଶ୍ୟରେ ରାମ ଏବଂ ଭରତଙ୍କ ମିଳନରେ ବହୁତ ଦର୍ଶକଙ୍କର ଆଖିରୁ ଅଶ୍ରୁ ବାହାରିଥିଲା । ଷଷ୍ଠ ରଜନୀର ନାଟକ ସୂର୍ପଣଖା ନାସା କର୍ଣ୍ଣ ଛେଦନ ପରେ ଖର, ଦୂଷଣ, ତ୍ରିଶିରା ବଧ ହୋଇ ସୀତା ଚୋରି ପର୍ଯ୍ୟନ୍ତ ନାଟକ ଅଭିନୀତ ହୋଇଛି । କଳାକାରମାନଙ୍କ ନିଖୁଣ ଅଭିନୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ବିଭିନ୍ନ ଭୂମିକାରେ କୀର୍ତ୍ତନ ଭୋଇ, ଅନିଲ ଭୋଇ, ଝସକେତନ ବିଶ୍ୱାଳ, ଶିବ ପଣ୍ଡା, ସନ୍ତୋଷ ସାହୁ, ମିଥୁନ ଭୋଇ, ସରୋଜ ଭୋଇ, ଆଶୁତୋଷ ବିଶ୍ୱାଳ, ଉମଶାଙ୍କର ସାହୁ, ଖୁସିରାମ ବିଶ୍ୱାଳ, ଦିଲୀପ ଭୋଇ, ବୀରକିଶୋର ବିଶ୍ୱାଳ, ରୋହନ, ବ୍ରଜବନ୍ଧୁ ରଥ, କାହ୍ନା ବିଶ୍ୱାଳ, ପ୍ରିୟବ୍ରତ ସାହୁ, ପ୍ରବୀଣ ପଧାନ, ରାଜୁ ପୁଟେଲ, ରାହୁଲ, ବୁଡ଼େକ, ରାଜକିଶୋର ସାହୁ, ଜୟଶ୍ରୀରାମ ବିଶ୍ୱାଳ ଇତ୍ୟାଦି ବ୍ରତୀମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ଭାବରେ ଦ୍ଵେତ ମଞ୍ଚରେ ନାଟକ ଅଭିନୀତ ହେଉଥିବାରୁ କଳାକାର ଏବଂ ଦର୍ଶକମାନେ ଆନନ୍ଦରେ ଅଛନ୍ତି । ଦ୍ୱେତ ମଞ୍ଚକୁ ଅମର ପଧାନ, ମାଟୁ ବଢିଆ, ବୁଲୁ ସେଠ ପରିଚାଳନା କରୁଥିବା ବେଳେ ଲାଇଟ ଓ ସାଉଣ୍ଡରେ ଝୁକେଶ ବିଶ୍ୱାଳ, ଆଦି ମନହୀରା, ସାଗର ଭୋଇ କାର୍ଯ୍ୟ ତୁଲାଇଛନ୍ତି । ସଂଗୀତ ଗୁରୁ ଶିବ ପ୍ରସାଦ ସାହୁଙ୍କ ପରିଚାଳନାରେ ଗୁରୁ ଗିରିଧାରୀ ଥନାପତି, ଚନ୍ଦ୍ରମଣୀ ସାହୁ, ଉଦ୍ଧବ ପଧାନ, ରଘୁମଣୀ ବିଶ୍ୱାଳ, କଏରୁ ନାଏକ, ଜଗନ୍ନାଥ ବିଶ୍ୱାଳ ପ୍ରମୁଖ ଅଛନ୍ତି ।