
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦରେ ରଜ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀବତ୍ସ କୁମାର କୁଅଁର, କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୂୟାଁ ପ୍ରଦୀପ ପ୍ରଜ୍ୱଳନ କରି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବ ରେ ଛୋଟ ପିଲା ଓ ମହିଳାମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ । ସୁରତାଳ ଗ୍ରୁପର ବିଜୟ ନାୟକଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା । ସୁଶ୍ରୀ ମୋନାଲିସା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଶିଷ୍ଟ ସମାଜସେବୀ ଭଗବାନ ରାଉତ, ବିଜୟ କୁମାର ପ୍ରଧାନ ଓ ଲାଲଧର ସାହୁଙ୍କୁ ସେମାନଙ୍କର ବିଭିନ୍ନ ପ୍ରକାର ସମାଜ ସେବା ପାଇଁ ଉପଢୌକନ ଓ ମାନପତ୍ର ଦେଇ ବିଧାୟକ ଶ୍ରୀ ନାୟକ ସମ୍ମାନିତ କରିଥିଲେ । ଉପସଭାପତି ଗଙ୍ଗାଧର ଜେନା ଏବଂ ସାଂସ୍କୃତିକ ସମ୍ପାଦକ ଉତ୍ତମ କୁମାର ବାରିକ ମାନପତ୍ର ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଅକ୍ଷୟ ଦାସ, ଗଗନ ବିହାରୀ ପଣ୍ଡା, ସୁନନ୍ଦା ସେନାପତି, ବୀରେନ ସେନାପତି, ଦିଗମ୍ବର ମହାରଣା, ଛବି ମହାନ୍ତି, ଜ୍ୟୋତ୍ସ୍ନା ନାୟକ, ତରୁଲତା ରାଉତରାୟ, ସୁମିତ୍ରା ମହାପାତ୍ର, ସୁମିତ୍ରା ବାରିକ, ସଂଯୁକ୍ତଳ, ଡାକୁଆ ପ୍ରମୁଖ ବିଭିନ୍ନ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଜଗଦୀଶ ମୋହନ ପ୍ରହରାଜ, ଗଙ୍ଗାଧର ଜେନା, ଉତ୍ତମ କୁମାର ବାରିକ, ଶୁକଦେବ ମହନ୍ତ, କୃଷ୍ଣଚନ୍ଦ୍ର ଡାକୁଆ, ବିଜୟ କୁମାର ପ୍ରଧାନ, ରାଜୀବ ସିଂ ଲାଲଧର ସାହୁ, ଭକ୍ତବନ୍ଧୁ ସେନାପତି, ରସାନନ୍ଦ ନାୟକ, ପଦ୍ମଲୋଚନ ପଣ୍ଡା, ଶିଶିର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।