oum

ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ ସପ୍ତାହ ପାଳନ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ମୁରିବାହାଲ ବ୍ଲକର ପତ୍ରାପଲ୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିମ୍ବପଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ ସପ୍ତାହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମରେ ଥିବା ୨ ଗୋଟି ଅଙ୍ଗନବାଡି କେନ୍ଦ୍ରର ସମସ୍ତ ଗର୍ଭବତୀ ଓ ପ୍ରସୂତୀ ମହିଳା, ଶିଶୁ, କିଶୋରୀ ବାଳିକା, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ଉଭୟ ଅଙ୍ଗନବାଡି କେନ୍ଦ୍ରର କର୍ମୀ ସଭାର ସୁପରିଚାଳନା କରିବା ସହ ପୃଷ୍ଟି ସାଧନ ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧିର ପ୍ରକଳ୍ପ ସଂଯୋଜକ ଚିନ୍ମୟ ବାନାର୍ଜୀ ମହିଳା ଓ ଶିଶୁ ମାନକ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ସୁଷମ ଖାଦ୍ୟର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ଅନ୍ୟାନ୍ୟ ଖେତ୍ରୀୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ସଫଳ କରିଥିଲେ ।

Leave A Reply

Your email address will not be published.