ପୁସ୍ତକ ମେଳାର ସପ୍ତମ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ୨୮ତମ ପୁସ୍ତକ ମେଳାର ସପ୍ତମ ଦିନରେ ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ନବଘନ ସାହୁଙ୍କ ପୌରାହିତ୍ୟ ଓ ବିଭୁତି ଭୂଷଣ ଦାସଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ ଯୋଗଦେଇ ଆଲୋଚ୍ୟ ବିଷୟ ‘ଆଧୁନିକ ଶିକ୍ଷା ଓ ଭାରତୀୟ ସଂସ୍କୃତି’ ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ପ୍ରଫେସର ଗିରିଜା ଶଂକର ଗୋସ୍ୱାମୀଙ୍କ ପୌରାହିତ୍ୟ ଓ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସହରର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.

error: Content is protected !!