oom

ଓ.ପି. ଜିନ୍ଦଲ ସ୍କୁଲ ପକ୍ଷରୁ ପୁସ୍ତକ ମେଳା ୨୦୨୨ ଆୟୋଜିତ

jsmm

ଅନଗୁଳ, (ଆର୍ତ୍ତତ୍ରାଣ ପାଣି) : ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ଦୁଇ ଦିବସୀୟ ପୁସ୍ତକ ମେଳାରେ ବିଭିନ୍ନ ପାଠ୍ୟ ପୁସ୍ତକ ସାଙ୍ଗକୁ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗଳ୍ପ ଏବଂ ଏକାଙ୍କିକା ପୁସ୍ତକ ପ୍ରଦର୍ଶିତ କରାଯାଇଥିଲା । ସ୍କୁଲ କାର୍ଯ୍ୟ ସମିତିର ଅଧ୍ୟକ୍ଷ ଦାମୋଦର ମିତ୍ତଲ ଏହି ପୁସ୍ତକ ମେଳାର ଶୁଭାରମ୍ଭ କରିଥିଲେ । ସେ ଏଥି ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଏହି ପୁସ୍ତକ ମେଳାର ଭରପୁର ଆନନ୍ଦ ନେବା ସହ ନିଜର ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଜ୍ଞାନ ବର୍ଦ୍ଧକ ପୁସ୍ତକ ପଢିବାକୁ ଉପଦେଶ ପ୍ରଦାନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ଶ୍ରୀମତୀ ଶିପ୍ରା ଝା ଏବଂ ଶ୍ରୀମତୀ ସୁଜତା ସରୋଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଏକ ଗୋଷ୍ଠୀ ଗୀତ ଉପସ୍ଥାପନ କରିଥିବା ବେଳେ ମାୟାରା ଚୌହାନ ଏବଂ ଅଭୟ ଦୁବେ ‘ଆମ ଜୀବନରେ ବହିର ଗୁରୁତ୍ୱ’ ଉପରେ ସେମାନଙ୍କର ପ୍ରେରଣା ଦାୟୀ ଉପସ୍ଥାପନା ସହିତ ସମାବେଶକୁ ସରସ ସୁନ୍ଦର କରିଥିଲେ । ଏହି ଅବସରରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଓ.ପି. ଜିନ୍ଦଲ ସ୍କୁଲ ଠାରେ ଆୟୋଜିତ ହେଉଥିବା ଇଣ୍ଟର-ସ୍କୁଲ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଥିବା ଛାତ୍ରଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ପ୍ରକଳ୍ପ ସମ୍ବନ୍ଧରେ ପଚାରି ବୁଝିଥିଲେ । ଓ.ପି. ଜିନ୍ଦଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତନୁ ରଥ ଏହିପରି ଏକ ସୁନ୍ଦର ପୁସ୍ତକ ମେଳାର ଆଯୋଜନ ନିମନ୍ତେ ଭୁବନେଶ୍ୱରର ସଦାଶିବ ବୁକ୍ ୱାର୍ଲ୍ଡକୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଛାତ୍ରମାନଙ୍କୁ ନିୟମିତ ଭାବେ ପୁସ୍ତକ ପଢିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.