om academy

କିସ୍‌ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷର ପାଠ୍ୟ ପୁସ୍ତକ ବଣ୍ଟନ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ୍‌ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା, ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ)ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ଅନବରତ ଜାରି ରଖିବା କାର୍ଯ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ୍‌ ଛାତ୍ରଛାତ୍ରୀ ମାନଙ୍କୁ ପୁରାପୁରି ମାଗଣା ଶିକ୍ଷା ଦାନ ପାଇଁ କିସ ତରଫରୁ ଅନ୍‌ଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । ଦଶମ, ଦ୍ୱାଦଶ, +୩ ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ କିସ୍‌ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ କିସ୍‌ର ଶିକ୍ଷକ ମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକକୁ ଆସୁଛନ୍ତି । କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଅବଦାନ ଫଳରେ ଦ୍ୱାଦଶ ପର୍ଯ୍ୟାୟ ତଥା ୨୦୨୧ ଚଳିତ ନୂତନ ଶିକ୍ଷା ବର୍ଷର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ, ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଆଦି ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲାର ଚଉଦ ଗୋଟି ବ୍ଲକରେ କିସ ବିଶ୍ୱବିଦ୍ୟାଳୟର ୨ ଟି ବସ ଯୋଗେ ସାମଗ୍ରୀ ପହଞ୍ଚିଥିବା ବେଳେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ଭୁତାଣୁ ଜନିତ ଲକ୍‌ ଡାଉନ କଟକଣା ଯୋଗୁଁ ମାର୍ଚ୍ଚ ୨୦୨୧ ଦ୍ଵିତୀୟ ସପ୍ତାହରୁ ଭାରତ ତଥା ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଅଧ୍ୟୟନରତ ତିରିଶ ହଜାର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କର ପ୍ରଭାବ ଯୋଗୁଁ ନିଜ ନିଜ ଗାଁରେ ରହୁଛନ୍ତି । କିସର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସହିତ ପ୍ରଥମ ପର୍ଯ୍ୟାୟରେ ସାନିଟାଇଜର, ସୋୟାବିନ, ସୁଜି, ଚାଉଳ, ଚୁଡା, ବିସ୍କୁଟ, ଚିନି ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନାବିଳ ସ୍ନେହ ମମତାର ପରିଚୟ ସୃଷ୍ଟି କରିଛନ୍ତି । ସମ୍ପୂର୍ଣ ନିଃଶୁଳ୍କ ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ, ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖି ଶିକ୍ଷା ଇତିହାସରେ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି । କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୁଗାନ୍ତକାରୀ ପ୍ରୟାସ ଏବଂ ଐତିହାସିକ କାର୍ଯ୍ୟକୁ ଆଦିବାସୀ ମାନେ କୃତଜ୍ଞତା ଜଣାଇଛନ୍ତି । କିସ୍‌ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ବିପ୍ର ବିଶି, ପଦ୍ମନ ପ୍ରଧାନୀ, ଶରତ ଚନ୍ଦ୍ର ସିଂ ଭୋଇ, ଦୁଃଖିଶ୍ୟାମ ଭୋଇ, ଘିମାନନ୍ଦ ଭୋଇ, ଖେଳନ୍ତି ସମରଥ, ବଳଦେବ ଭୋଇ, ଶ୍ୟାମ ସୁନ୍ଦର ଭୋଇ, ସନ୍ତୋଷ ପୁଟା, ଘନଶ୍ୟାମ ପ୍ରଧାନୀ, ଶ୍ରୀମତୀ ବନଲତା ମାଝି, ଚୌବନ କିଶୋର ମାଝି, ସୁଦାମ ଚରଣ ଭୋଇ, ଡମ୍ବରୁ ଧରୁଆ, ସାରଥୀ ବାଗ, ଭୂପାଲ ବିଶ୍ୱାଳ, ମନବୋଧ ବରିହା, ଅଚୁତ ଧରୁଆ, ବିକ୍ରମ ଭୋଇ, ବିଜୟ କାଳସାଏ, ରାଜୀବ କୁଅଁର, ଘନ ଭୋଇ, ଟିକେଶ୍ୱର ଧରୁଆ, ଧରମସିଂ ଧରୁଆ, ଦଶରଥ ଛତ୍ରିଆ, ଗିରିଧାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.