
ଭୁବନେଶ୍ୱର, (କେପିଏନ୍ଏସ୍) : ସୋଆ ପ୍ରତିଷ୍ଠାତା ତଥା ସୁମା ରିଏଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକଙ୍କୁ ବରିଷ୍ଠ ଗବେଷକ ଡ. ଭାସ୍କର ମିଶ୍ର ‘ଗୁଣ୍ଡିଚା ମହୋତ୍ସବ’ ଗ୍ରନ୍ଥ ପ୍ରଦାନ କରିଛନ୍ତି । ଏହି ଗ୍ରନ୍ଥ ସୋଆ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପୁରୀର ବରିଷ୍ଠ ପଣ୍ଡିତ କର୍ମକାଣ୍ଡବିତ୍ ଭଗବାନ ତ୍ରିପାଠୀ ଶର୍ମା, ଶ୍ରୀମନ୍ଦିର ବଡ଼ୁ ସୁଆର ନିଯୋଗ ସଭାପତି ବିଶ୍ୱନାଥ ସାମନ୍ତରା, ସୋଆ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ । ଗ୍ରନ୍ଥରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ ସମ୍ପର୍କରେ ବହୁ ଗବେଷଣା ଲବ୍ଧ ବିଷୟ ସ୍ଥାନୀତ ହୋଇଛି । ୪୦ରୁ ଅଧିକ ପ୍ରଖ୍ୟାତ ଗବେଷକ ମାନଙ୍କ ସୃଜନୀକୁ ନେଇ ଏହି ଗ୍ରନ୍ଥଟି ଲେଖାଯାଇଛି ।