om academy

ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ପୁଷ୍‌ପୁନି ଉତ୍ସବ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ପ୍ରଭୂଶ୍ରୀ ରାମଚନ୍ଦ୍ରଙ୍କ ପୁଷ୍ୟାଭିଷେକ ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମବାସୀ ଶ୍ରଦ୍ଧାର ସହ ପୁଷପୁନି ଦିନ ଆମିଷ ପରିତ୍ୟାଗ ପୂର୍ବକ ଏହି ପର୍ବରେ ସାମିଲ ହେବା ପ୍ରଭୂ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ମନ୍ଦିରରୁ ବାହାରି ଗ୍ରାମର ସୁବଳ ଚନ୍ଦ୍ର ଗୁରହାଣ୍ଡିକୁ ନନ୍ଦିଗ୍ରାମରୁ କିର୍ତ୍ତନ ଘଣ୍ଟ ଶଙ୍ଖରେ ଗମନ କରିଥିଲେ । ସେଠାରେ ପୂଜାର୍ଚ୍ଚନା ସହ ଲେଉଟି ରଥାରୁଢ ପୂବକ ନଗର ପରିକ୍ରମା କରିବା ବେଳେ ପ୍ରତ୍ୟେକ ଘର ଆଗର କଳସ, ଜାଗର ଜାଳି ପାଦଧୌତ କରିଥିଲେ । ପରେ ମନ୍ଦିର ଆଗମନ ସହ ସେଠାରେ ପ୍ରଭୁଙ୍କର ଅଭିଷେକ ସହ ପ୍ରସାଦ ସେବନ କରିଥିଲେ । କର୍ତ୍ତା ଭାବେ ବଲାଙ୍ଗିର ତାଲପାଲି ନିବାସୀ ଅଚ୍ୟୁତାନନ୍ଦ ମିଶ୍ର ସପତ୍ୱିକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବାନ୍ଧନଘୋର ମାଗୁରବେଡା, କୁଟୁମଡୋଳା, ହରିପାଲି, ଲଣବାହାଲ ଆଦି ଗ୍ରାମର ଶହ ଶହ ଭକ୍ତ ଏ ଉତ୍ସବରେ ସହଯୋଗ କରିଥିଲେ । ଶ୍ରୀରାମ ସେବା ସମିତି, ମହିଳା କୀର୍ତ୍ତନ ଦଳ ଓ ମାଗୁରବେଡାର ପ୍ରହଲ୍ଲାଦ ବିଶି ରଥ ସାରଥୀ ଭାବେ ଦାୟିତ୍ୱ ନିର୍ବାହ କରି ଶୋଭାଯାତ୍ରାରେ ଭାଗ ନେଇଥିଲେ । ତିନି ଦିନ ଧରି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଦଳ ମନୋରଞ୍ଚନ କରିଥିଲେ ।

Leave A Reply

Your email address will not be published.