ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ବିୟୋଗ

ବରଗଡ଼, (ପୁସ୍ତମ୍ ଯୁଆଡି) : ସମ୍ପୂର୍ଣ୍ଣ ସମ୍ବଲପୁରୀ ଭାଗବତ ଓ ମହାଭାରତର ରଚୟିତା ବିଖ୍ୟାତ ସଂସ୍କୃତ ଭାଷା ଶାସ୍ତ୍ରୀ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ଶ୍ରୀମତୀ ତପସ୍ୱିନୀ ସାହୁ କରୋନାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହେଉଥିଲା । କିଛିଦିନ ତଳେ ସେ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ସୁସ୍ଥ ନ ହେବାରୁ ଗୁରୁତର ଅବସ୍ଥାରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପୋଜିଟିଭ୍ ଆସିବା ପରେ ପ୍ରଥମେ ସୋହେଲା ହସ୍ପିଟାଲରେ ଓ ପରେ ବରଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ବ୍ୟତୀତ ତାଙ୍କ ପଛରେ ଚାରି ଝିଅ ଓ ଦୁଇ ପୁଅଙ୍କୁ ଛାଡି ଚାଲିଯାଇଛନ୍ତି । ସେ ଜଣେ ଅତ୍ୟନ୍ତ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.