ଶକ୍ତିନଗର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଶକ୍ତିନଗର ସରକାରୀ ଉଚ୍ଚ ବିଦ୍ୟାଳୟର ୩୬ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ରାଣୀ ମହାପାତ୍ରଙ୍କ ସଭାପତିତ୍ୱ ଓ ଶ୍ୟାମପଦ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦ୍‌ଘାଟକ, ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରତିକ ବେହେରା ମୁଖ୍ୟ ଅତିଥି, ତଥା ସମ୍ମାନିତ ଅତିଥି ଭାବେ ଡା. ସୁନିଲ କୁମାର ନନ୍ଦ, ସୁମନ୍ତ କୁମାର ରାୟ, ସୁଦୀପ୍ତା ବେହେରା ଓ ମୁଖ୍ୟବକ୍ତା ଭାବେ ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଶିକ୍ଷା ସହ ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷକ ମାନେ ସମାଜ ଗଠନର ମୁଖ୍ୟ ବିନ୍ଧାଣୀ, ମତାନ୍ତର ମନାନ୍ତର ରହିଲେ ବି କର୍ମକ୍ଷେତ୍ରରେ ଐକ୍ୟବଦ୍ଧତା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ରହି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ଅଶୋକ ସାମଲ, ସୁସ୍ମିତା ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସୁଶ୍ରୀ ହର୍ଷିତା ମଲ୍ଲିକ ସ୍ୱାଗତ ନୃତ୍ୟ ଓ ଶିକ୍ଷୟିତ୍ରୀ ଦିବ୍ୟଦର୍ଶନୀ ବେହେରାଙ୍କ ତତ୍ତ୍ଵାବଧାନରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ବିଦ୍ୟାଳୟର ଆଭିମୁଖ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ରୁକ୍ମିଣୀ ବାର୍ଲା, ହରପ୍ରିୟା ପ୍ରଧାନ, ସବିତା ମାରାଣ୍ଡି, ବନ୍ଦିତା କର, ଗୁଡ଼ୱଇନ କୁଜୁର, ରାଜେଶ ଦାଶ, ସ୍ନେହାକୃତି ବକ୍ସଲା, ଜ୍ୟୋତିର୍ମୟୀ ସାମଲ, ସୁଲେଖା ପ୍ରଧାନ, ସଂଘମିତ୍ରା ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.