କାର୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ଗ୍ରାମର ଯୁବଗୋଷ୍ଟୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତିକେଶ୍ୱରଙ୍କ ଜନ୍ମ ଉତ୍ସବ ଅବସରରେ ଘୋରଡିଆ ଗ୍ରାମର ମହାବୀରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ମ ବାର୍ଷିକ କାର୍ତିକେଶ୍ୱର ପୂଜା ଉତ୍ସବ ମହାସମାରୋହ ରବିବାର ପୂର୍ବାହ୍ନରେ ଅନୁଷ୍ଟିତ ହୋଯାଇଛି । ପୂଜା ମଣ୍ଡପରେ ସୁସଜ୍ଜିତ ମେଢରେ କାର୍ତିକେଶ୍ୱରଙ୍କ ବିରାଟ ମୃଣ୍ମୟୀ ମୂର୍ତି ସହ ପାଶ୍ୱର୍ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୂଭଦ୍ରାଙ୍କ ମୂର୍ତି ସ୍ଥାପନ ସାଙ୍ଗକୁ ବର୍ଣ୍ଣାଢ୍ୟ ସୁଉଚ୍ଚ ତୋରଣ ଓ ରଙ୍ଗ ବେରଙ୍ଗର ସୁସଜ୍ଜିତ ଆଲୋକ ସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଛି । ପ୍ରତେହ୍ୟ ପୂଜାପାଠ, ମନ୍ତ୍ରଧ୍ୱନୀରେ ସମଗ୍ର ଅଚଂଳ ପ୍ରକମ୍ପିତ ହେଉଛି । କାର୍ତିକମାସ ହେତୁ ସକାଳେ-ସନ୍ଧ୍ୟାରେ ବହୁସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷିଆଳୀଙ୍କ ଭିଡ ସମଗ୍ର ଅଂଚଳରେ ଏକ ପ୍ରକାର ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.