ଚାରପାଣି ଗାଁରେ ୨୪ ତମ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ପଂଚାୟତ ଚାରପାଣି ଗାଁରେ ଦୀର୍ଘ ୨୪ ବର୍ଷ ଧରି ହେବ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା । ଚଳିତ ବର୍ଷ ଓକିଲ ନିଆଲଙ୍କ ସଭାପତିତ୍ୱରେ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ଉଦଘାଟନ ହୋଇଥିଲା । ମଙ୍ଗଳ ବାର ଦିନ ଚାରପାଣି ଗ୍ରାମ ବାସୀ ମହିଳା ଓ ଯୁବତୀ ମାନେ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଗାଁ ଶୋଭା ଯାତ୍ରାରେ ଘଣ୍ଟ ,ଶଙ୍ଖ ଘୁମୁରା ସଂକୀର୍ତ୍ତନ ବାଦ୍ୟରେ କମ୍ଫି ଉଠିଥିବାବେଳେ ଯାଦବ କଳାକାରଙ୍କ ଦ୍ଵାରା ପାରମ୍ପରିକ ଗୌଡବାଡି ଖେଳ ଦେଖି ଲୋକଙ୍କ ମନରେ ଖୁସିର ଲହରୀ ହୋଇଉଠିଥିଲା । ,,ପୋଖରୀରୁ ପୂଜାର୍ଚ୍ଚନା ପରେ କଳସ ବୁଡାଇ ଗାଁ ରେ ଥିବା ଗିରିଗୋବର୍ଦ୍ଧନ ମନ୍ଦିରକୁ ଆସିଥିଲେ । ଏଥିରେ ଆବାହକ ଦାୟିତ୍ୱରେ ହରିଶ୍ଚନ୍ଦ୍ର ନିଅଲ୍ ନିର୍ବାହ କରିଥିଲେ । କର୍ତ୍ତା ଟୁନା ନିଆଲ୍ ଓ ତାଙ୍କ ଧର୍ମ ପତ୍ନୀ ଅଞ୍ଜନା ନିଆଲ୍, ସମ୍ପାଦକ ଲକ୍ଷ୍ମୀଧର ନିଆଲ୍, କମିଟି ସଦସ୍ୟ ବେଣୁଧର ନିଆଲ୍, ହରିହର ନିଆଲ କ୍ଷମାନିଧି କଟା , କୃତିବାସ ସଗ୍ରିଆ , ଭଜମନ ବଛା ,(ସମିତି) ରବି ଟାକ୍ରି ଗୋଲକ ନାଗ,ଖଗେଶ୍ୱର ବଛା, ଡେଙ୍ଗା ନିଆଲ, ଗୋବର୍ଦ୍ଧନ ନାଗ, ବିଜୟ ନାଗ, ଯୁବ ସାମ୍ବାଦିକ ମିନକେତନ ନିଆଲ ହେମନ୍ତ ନିଆଲ ଦୁର୍ଯ୍ୟୋଧନ ନାଗ ପ୍ରମୁଖ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ତୁଲାଇଥିଲେ । ଏହି ଅବସରରେ ମନୋରଞ୍ଜନ ପାଇଁ (ତିନି) ଦିନ ଧରି ରାତ୍ର ରେ ସଂସ୍କୃତି କାର୍ଯ୍ୟକ୍ରମ ହୋଇଥିଲା ।

Leave A Reply

Your email address will not be published.