ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦ ତରଫରୁ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜେଶ ମହାରଣା ଓ ସନ୍ତୋଷିନୀ ମହାରଣା କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲା ବେଳେ କୈବଲ୍ୟ ମିଶ୍ର ପୂଜକ ଦାୟିତ୍ଵ ତୁଲାଇଥିଲେ । ୨୧ତମ ବାର୍ଷିକୋତ୍ସବ ତଥା ଏହି ପଞ୍ଚ ଦିବସୀୟ କାର୍ଯ୍ୟକ୍ରମରେ ପ୍ରଥମ ଦିନ ପୂଜାରମ୍ଭ, ଦ୍ୱିତୀୟ ଦିନ ସ୍ୱରବ୍ରହ୍ମ ଓ ଗୁରୁ ନୃସିଂହ ପାଣିଗ୍ରାହୀଙ୍କ ଦ୍ୱାରା ଭଜନ ପରିବେଷଣ, ତୃତୀୟ ଦିନ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା, ଚତୁର୍ଥ ଦିନ ସହସ୍ର ଦୀପଦାନ ଓ ୩୧ ତାରିଖ ପଞ୍ଚମ ଦିନ ସାମୁହିକ ପ୍ରସାଦ ସେବନ ଓ ଭସାଣି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବିନୋଦ ମହାରଣା, ଦେବଦତ୍ତ ସାହୁ, କ୍ରିଷ୍ଣା ମହାରଣା, ସୁଦର୍ଶନ ତ୍ରିପାଠୀ, ବିଜୟଲକ୍ଷ୍ମୀ ମହାରଣା, ଦୀପିକା, ବିନିତା, ନମ୍ରତା, ନିକିତା, ପ୍ରିୟଦର୍ଶିନୀ, ଅପର୍ଣ୍ଣା, ପ୍ରିୟାଂଶୁ, ଆଦିତ୍ୟ, ଦିବ୍ୟାଂଶ, ରୁଦ୍ର ପ୍ରସନ୍ନ, ସସ୍ମତା, ବାବୁଲି, ସମୀର, ରାହୁଲ, ପ୍ରଭାତ, ମିତ୍ରଭାନୁ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post