oom

ଘୋରଡିଆରେ କାର୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ଉତ୍ସବ -୨୦୨୩ ଘୋରଡିଆ(ସାଉରିଆ )ଗ୍ରାମର ଶ୍ରୀ ମହାବୀରୀ ଦେବ ମନ୍ଦିର ପ୍ରାଙ୍ଗଣରେ ୧୧ତମ ବାର୍ଷିକ କାର୍ତ୍ତିକେଶ୍ୱର ଜନ୍ମ ପୂଜା ଉତ୍ସବ ମହାସମାରୋହ ଗୁରୁବାର ଅନୁଷ୍ଠିତ ହୋଇଛି । ଅଧିବାସ ଜଳଯାତ୍ରା, କଳସ ସ୍ଥାପନ, ସୂର୍ଯ୍ୟପୂଜା, ଯଜ୍ଞକର୍ମାଙ୍ଗ ପୂଜା, ଅଗ୍ନିସ୍ଥାପନ ସହ ପୂଜା ମଣ୍ଡପରେ ସୁସଜ୍ଜିତ ମେଢରେ ଶିବ ପାର୍ବତୀ, କାର୍ତ୍ତିକେଶ୍ୱର ଗଣେଶଙ୍କ ବିରାଟ ମୃଣ୍ମୟୀ ମୂର୍ତି ସହ ପାଶ୍ୱର୍ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୂଭଦ୍ରାଙ୍କ ମୂର୍ତି ସହ ରାଧାକୃଷ୍ଣ ମୂର୍ତ୍ତି ଫୁଲରେ ସଜ୍ଜିତ ମେଢ ସ୍ଥାପନ ସାଙ୍ଗକୁ ବର୍ଣ୍ଣାଢ୍ୟ ସୁଉଚ୍ଚ କୋଟିର ତୋରଣ ଓ ରଙ୍ଗ ବେରଙ୍ଗର ସୁସଜ୍ଜିତ ଆଲୋକ ଓ ଫୁଲ ସଜ୍ଜା ସମସ୍ତଙ୍କୁ ଆକର୍ଷିତ କରିଛି । ପ୍ରତହ୍ୟ ପୂଜାପାଠ, ମନ୍ତ୍ରଧ୍ୱନୀରେ ସମଗ୍ର ଅଚଂଳ ପ୍ରକମ୍ପିତ ହେଉଛି । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସନ୍ଧ୍ୟାରେ ବୈଠକ ରାମଲୀଳା, ଘୋଡାନାଚ, ଘୁଡିକି ନାଚା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ତ୍ତିକମାସ ହେତୁ ସକାଳେ-ସନ୍ଧ୍ୟାରେ ବହୁସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷିଆଳୀଙ୍କ ଭିଡ ସମଗ୍ର ଅଂଚଳରେ ଏକ ପ୍ରକାର ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି । ମଙ୍ଗଳବାର ମୂର୍ତ୍ତି ବିସର୍ଜନ ଓ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି କାର୍ତ୍ତିକେଶ୍ୱର ପୂଜା କମିଟିର ଭକ୍ତବୃନ୍ଦ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.