oom

୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

jsmm

ରାୟଗଡ଼ା : ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହେବ । ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି । କରୋନା ଯୋଗୁଁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ସ୍ୱାଗତ କରିବାକୁ ସହରବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ରାୟଗଡ଼ା ସହରରେ ବ୍ରାହ୍ମଣ ସାହି, ଷ୍ଟେଟବ୍ୟାଙ୍କ ଛକ, ପୁରୁଣା ଥାନା ନିକଟରେ ଏବଂ ଜ୍ୟୋତି ମହଲ ଛକରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ । ତେବେ ବ୍ରାହ୍ମଣ ସାହି ଏବଂ ଜ୍ୟୋତି ମହଲ ଛକ ମେଢ଼ ଅଧିକ ପ୍ରସିଦ୍ଧ । ବ୍ରାହ୍ମଣ ସାହି କମିଟି ପକ୍ଷରୁ ଆୟୋଜିତ ପୂଜା ସର୍ବପୁରାତନ ବୋଲି କୁହାଯାଉଛି । ବ୍ରାହ୍ମଣସାହି ପୂଜା ୬୧ ବର୍ଷରେ ପଦାର୍ପଣ କରିଛି । ମହାଷଷ୍ଠୀଠାରୁ ଏଠାରେ ଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଜିଲ୍ଲା ବାହାରୁ କାରିଗର ଆସି ଏଠାରେ ମୂର୍ତ୍ତି ତିଆରି କରିଛନ୍ତି । ୭ ଦିନ ଧରି ମା’ ପୂଜା ପାଇବେ । ତେବେ ଏଠାରେ ନିରାଡମ୍ବର ପୂଜା ହେବ । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ଆକର୍ଷଣୀୟ ହୋଇଛି । ତେବେ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି । ସର୍ବ ପୁରାତନ ପୂଜା ହୋଇଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି ।

ସେହିପରି ଜ୍ୟୋତି ମହଲ ଛକଠାରେ ନିୟୁ ଟାଉନ ପୂଜା କମିଟି ପକ୍ଷରୁ ହୋଇଥିବା ମେଢ଼ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଚଳିତ ବର୍ଷ ଏଠାରେ ପୂଜା ୨୨ ବର୍ଷରେ ପଦାର୍ପଣ କରିଛି । ପ୍ରତ୍ୟେକ ବର୍ଷ ମେଢ଼ ଦେଖିବାକୁ ଏଠାରେ ଭିଡ଼ ଜମିଥାଏ । ଚଳିତ ବର୍ଷ କମିଟି ପକ୍ଷରୁ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ ସମାରୋହ, ବୁଗି ବୁଗି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା ରହିଥିବା ନିୟୁ ଟାଉନ ପୂଜା କମିଟିର ସଭାପତି ବ୍ରଜ ସୁନ୍ଦର ନାୟକ, ଦୁଷ୍ମନ୍ତ ମହାନ୍ତି, ବିନାୟକ କର ପ୍ରମୁଖ ପରିଚାଳନା କରୁଛନ୍ତି ।

jittmm
Leave A Reply

Your email address will not be published.