om academy

ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା

jsm

ଆଠଗଡ : ଆଠଗଡ ଟାଟା ପାୱାର ବିଦ୍ୟୁତ୍‍ ବିତରଣ କମ୍ପାନୀ ପକ୍ଷରୁ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସବଷ୍ଟେସନ ପରିସରରେ ସୁନ୍ଦର ଆଲୋକ ତୋରଣ ଓ ସାଜ୍ଜସଜ୍ଜା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇଛି । ସହକାରୀ ଯନ୍ତ୍ରୀ ଗୋରମୋହନ ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ବିଶ୍ୱକର୍ମା ପୂଜାରେ ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟଙ୍କ ସମେତ ଟାଟା ପାୱାରର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ । ସେହିପରି ମା ବାଉତୀ ମୋଟର ଚାଳକ ସଂଘ ପକ୍ଷରୁ ନୂଆବସଷ୍ଟାଣ୍ଡ ସନ୍ନିକଟ ଟ୍ୟାକ୍ସିଷ୍ଟାଣ୍ଡଠାରେ ସୁନ୍ଦର ସାଜସଜ୍ଜା ସହିତ ବିଶ୍ୱକର୍ମାଙ୍କ ମେଢ ଶୋଭାପାଉଛି । ସଂଘର ସଭାପତି ସତ୍ୟେନ ପଣ୍ଡା ଓ ସଭାପତି ସୁଧାକର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି ପୂଜାରେ ଆଠଗଡର ସମସ୍ତ ଗାଡିଚାଳକ ଓ ଗାଡିମାଲିକ ଯୋଗ ଦେଇଥିଲେ । ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ବିଏସଏନଏସ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ପ୍ରକାଶ କୁମାର ସାହୁ ଓ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପରିଡାଙ୍କ ପରିଚାଳନାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି । ଏହି ସବୁ ପୂଜାମେଢ ସହିତ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନ ଓ ଯାନ୍ତ୍ରିକ କାର୍ଯ୍ୟାଳୟରେ ମଧ୍ୟ ବିଶ୍ୱକର୍ମା ପୂଜା ଦେଖିବା ପାଇଁ ଦର୍ଶକଙ୍କର ବହୁ ସମାଗମ ଦେଖିବାକୁ ମିଳିଛି ।

Leave A Reply

Your email address will not be published.