pakka

ସରକାରଙ୍କ ଉଦାସୀନତା ଯୋଗୁ ଆସିକାର ଚିନି ଶିଳ୍ପର ଭବିଷ୍ୟତ ଅନ୍ଧକାରମୟ : କାରଖାନାର ଯନ୍ତ୍ରାଂଶରେ ମଧ୍ୟ କଳଙ୍କି ଲାଗିଗଲାଣି, ନୂଆ ଯନ୍ତ୍ରାଂଶ ଲଗାଇ ମେଣ୍ଟେନାନ୍ସ କରାଯାଉନାହିଁ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଜରୁରୀ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଏସିଆ ମହାଦେଶରେ ସର୍ବପୁରାତନ ବୃହତ୍ତମ ଆସିକା ଚିନି ଶିଳ୍ପ ଏବେ ଅବ୍ୟବସ୍ଥା ଘେରରେ ରହିଛି । ଆସିକାରେ ଚିନି ଶିଳ୍ପ ପ୍ରତିଷ୍ଠା ହେବା ଦିନଠୁ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ଭାବରେ ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଉଥିଲା । ଏହା ଫଳରେ ସମାଜର କିଛି ଲୋକେ ଦାନାପାଣି ପାଇ ପାରୁଥିଲେ। ଏହା ଯେ’ କେବଳ ଓଡ଼ିଶାର ବୃହତ ଚିନିଶିଳ୍ପ ନଥିଲା, ଆସିକା ଚିନି ଶିଳ୍ପ ଏସିଆ ମହାଦେଶରେ ସର୍ବପୁରାତନ ଓ ବୃହତ୍ତମ ଥିଲା । ଆସିକା ଚିନିଶିଳ୍ପ ଏବେ ଅବ୍ୟବସ୍ଥା ଘେରରେ ପଡିରହିଛି । ଏଠାରେ ରୀତିମତ ଶ୍ରମିକ ଅଶାନ୍ତି ଦେଖାଯିବା ସହ ଏହା ଉପରେ ବଡ଼ ଧରଣର ଋଣ ଭାର ମଧ୍ୟ ପଡିରହିଛି । ଏଠାରେ ଯେତେକ କର୍ମଚାରୀ ଥିଲେ, ସେଥି ମଧ୍ୟରୁ ଅଧାରୁ ଅଧିକ ଅବସର ନେଇ ଗଲେଣି । ତେଣୁ ଠିକା କର୍ମଚାରୀଙ୍କୁ ନେଇ ଏହି ଶିଳ୍ପ ଚଳାଯାଉଛି। ଏହି କାରଖାନାର ଯନ୍ତ୍ରାଂଶରେ ମଧ୍ୟ କଳଙ୍କି ଲାଗିଯିବା ସହ ପୁରୁଣା ହୋଇଗଲାଣି । ନୂଆ ଯନ୍ତ୍ରାଂଶ ମଧ୍ୟ ଲଗାଯାଉନାହଁ । ଯାହା ଫଳରେ ଲାଭ ଚିନ୍ତା କରିବା ସମ୍ଭବପର ନୁହେଁ । ଏଠାରେ ପ୍ରସ୍ତୁତ ହେଉଥିବା ଚିନି ବଜାରରେ ବିକ୍ରି କଲେ, ତାହା ଲାଭ ମଧ୍ୟ ମିଳୁନି, କାହିଁକିନା ଆମଦାନୀ ଓ ରପ୍ତାନୀ ଖର୍ଚ୍ଚ ବଢ଼ିଯାଉଛି । ଆଶ୍ଚର୍ୟ୍ୟର କଥା ଏହାକି ଯେ’ ଚିନି ବିକ୍ରି ପାଇଁ କେନ୍ଦ୍ରର ଅନୁମୋଦନ ଦରକାର । କିନ୍ତୁ ସଠିକ ସମୟରେ ଅନୁମତି ନ ମିଳିବା ଫଳରେ ପ୍ରସ୍ତୁତ ଚିନି ଗୋଦାମ ଘରେ ପଡିରହି ନଷ୍ଟ ହେଉଛି । ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ଆଖିକୁ ଚଷମା, ଗ୍ଲୋବ୍‌ସ୍‌ ଏବଂ ବୁଟ ଦେବା ବ୍ୟବସ୍ଥା ଥିଲେ ମଧ୍ୟ ଦିଆଯାଉନାହିଁ । ଯାହାକି ଶ୍ରମିକଙ୍କୁ ଠିକା ସଂସ୍ଥା ଦେଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେହିପରି ମାସ ମାସ ଧରି ଠିକା ସଂସ୍ଥା ଦରମା ପ୍ରଦାନ କରୁନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷର କ୍ଷୋଭ ବୃଦ୍ଧି ପାଉଛି । ଏଣୁ ଅନେକ ଥର କାରଖାନା ଆଗରେ ଏମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଆସିଛନ୍ତି । ବର୍ଷ ବର୍ଷ ଧରି ଏଭଳି ଶୋଚନୀୟ ଅବସ୍ଥାରେ ପଡିରହିବା ଏହି ପୁରାତନ ଶିଳ୍ପ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯଦି ଏଭଳି ଉଦାସୀନତା ମନୋଭାବ ରହେ, ଅତୀତର ଏହି ଶିଳ୍ପାୟନ ଭବିଷ୍ୟତରେ ଏହା ସବୁଦିନ ପାଇଁ ଲୋପ ପାଇଯିବ । ଜନସମାଜ ଚିନି ପାଇଁ ଡହଳ ବିକଳ ହେବେ । ଚିନିର ମାତ୍ରାଧିକ ଦର ହୁ ହୁ ହୋଇ ବଢିଚାଲିବ । ଚିନିର କୁତ୍ରିମ ଅଭାବ ନେଇ ଘୋର ବିପଦ ସମସ୍ୟା ଆଡକୁ ଜନ ସମାଜ ଗତି କରିବେ । ଛୋଟ ଛୋଟ ପିଲା ଛୁଆମାନଙ୍କ ଉଦ୍ଦେଶ୍ୟରେ ତିଆରି ଖାଦ୍ୟଦ୍ରବ୍ୟ, ଦୁଗ୍ଧଜାତ ଦ୍ରବ୍ୟ, କ୍ଷୀର, ଓ ପୃଷ୍ଟିକର ଖାଦ୍ୟପେୟ ଆଦିରେ ଚିନି, ଲୁଣ ଯଥା ପରିମାଣରେ ଆବଶ୍ୟକତା ରହିଛି । ପିଲାମାନେ ଏହା ନ ଖାଇଲେ ଏବଂ ସଭ୍ୟସମାଜରେ ଭଲ ମନ୍ଦ ପର୍ବପର୍ବାଣୀ ମାନଙ୍କରେ ସର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟାପକ ସଙ୍କଟ ଆସିବ । ତେଣୁ ଏହି ଲୋପ ପାଇଯିବା ଆଗରୁ ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ, ରାଜ୍ୟ ଓ କେନ୍ଦ୍ର ସରକାର ଏହି ଚିନି ଶିଳ୍ପସଂସ୍ଥାନକୁ ପୃଷ୍ଠପୋଷକତା କରି ଅଧିକ ମାତ୍ରାରେ ପ୍ରୋତ୍ସାହନା ଯୋଗାଇଲେ ଜନସମାଜ ଉପକୃତ ହେବେ । ଐତିହାସିକ ଆସିକା ଚିନି ଶିଳ୍ପ ପ୍ରତିଷ୍ଠାନକୁ କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କେନ୍ଦ୍ର ପ୍ରାକୃତିକ ବାଷ୍ପ, ତୈଳ, ଖଣିଜ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱରେ ରଖିଲେ ଏହି କାରଖାନା ସଫଳ ରୂପାୟନରେ ପହଞ୍ଚିବ । ଏନେଇ ଗଞ୍ଜାମ ଜିଲ୍ଲାର ଗୌରବ ବହନ କରୁଥିବା ଏହି ଭିଟାମାଟିର ଉତ୍ପାଦିତ ସର୍କରା ପୃଷ୍ଟିକର ଓ ସ୍ନେହସାର ଜାତୀୟ ଦାନର ସଂରକ୍ଷଣ ପ୍ରକଳ୍ପ କୁ ସାଇତି ରଖିବା ନିମନ୍ତେ ଜନସାଧାରଣରେ ଜିଲ୍ଲାବାସୀଙ୍କ ପକ୍ଷରୁ ଦୃଢ଼ ଦାବୀ ହୋଇଛି ।

Leave A Reply

Your email address will not be published.

fourteen − 7 =