oom

ପ୍ରମୋଦଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

jsmm

ଅତାବିରା, (ସତ୍ୟ ନାରାୟଣ ପ୍ରଧାନ) : ପାରା ବ୍ୟାଡ଼ମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମ କରି ନିଜର ଜନ୍ମମାଟି ଅତାବିରାକୁ ଆସୁଛନ୍ତି । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଅତାବିରା ଅଗ୍ରସେନ ଭବନ ଠାରେ ପ୍ଲେୟାର୍ସ କ୍ଲବର ସଭାପତି ରବିନାରାୟଣ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୫ତାରିଖରେ ସେ ଅତାବିରା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତାଙ୍କୁ କେଉଁ ପ୍ରକାରରେ ସ୍ୱାଗତ କରାଯିବ ତାହା ବୈଠକରେ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା । ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ସୀମା ଆରମ୍ଭ ଗୋଡ଼ଭଗା ଛକରୁ ଏକ ବିଶାଳ ବାଇକ ରେଲି ମାଧ୍ୟମରେ ଅତାବିରା ସମ୍ବର୍ଦ୍ଧନା ସ୍ଥଳକୁ ନିଆଯିବା ପାଇଁ ପ୍ରସ୍ତାବ ନିଆଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ରବିନାରାୟଣ ପଣ୍ତା ଏବଂ କୌସିକ ମହାକୁରଙ୍କୁ ସଂଯୋଜକ ଭାବରେ ଦାୟିତ୍ୱ ଦିଆଯାଇଛି । ଏଥିରେ ଅତାବିରାର ବରିଷ୍ଠ ନାଗରିକ ସଂଘ, କୁଲତା ସମାଜ, ମାରୱାଡି ସମାଜ, ବିହାରୀ ସମାଜ, ଗୁଜୁରାଟୀ ସମାଜ, ମାରୱାଡି ଯୁବାମଞ୍ଚ, କାୱା, କାକା, ବଣିକ ସଂଘ, ଭୂତପୂର୍ବ ସୈନିକ କଲ୍ୟାଣ ସଂଘ, ସାମ୍ବାଦିକ ସଂଘ, ଓକିଲ ସଂଘ, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ, ଆମ ସହର ଦାୟିତ୍ୱ ଆମର, କୃଷକ ସଂଗଠନ, ବଜରଙ୍ଗ ଦଳ, କୋଶଲ ଆନ୍ଦୋଳନ, ଟ୍ରକ ମାଲିକ ସଂଘ, ଧାନକଳ ମାଳିକ ସଂଘ, ଡ଼୍ରଗିଷ୍ଠ ଓ କେମିଷ୍ଟ ସଂଘ, ଭୀମ ଆର୍ମୀ, ଉଭୟ ଦୁର୍ଗାପୂଜା କମିଟୀ, ଫଟୋଗ୍ରାଫର ସଂଘ, ଟେଣ୍ଟହାଉସ ମାଲିକ ସଂଘ, ଭିଏସ୍‌ଏସ୍‌ କ୍ଲବ, ଆଦର୍ଶ ୟୁଥ ଏସୋସିଏସନ୍, ରେଙ୍ଗାଲି କେମ୍ପ, ଯୁବ ଶକ୍ତି କ୍ଲବ, ରେଙ୍ଗାଲି ପାଲି, ସେବା କ୍ଲବ, ଅତାବିରା, ଯୁବ ନାଟ୍ୟ ପରିଷଦ, କାଣ୍ଡପାଲି, ବିଜେପି ଏବଂ କଂଗ୍ରେସର ପ୍ରତିନିଧିମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.