
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ରକ୍ତ ଭଣ୍ଡାରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । କୋରନା ଭଳି ଏପରି ଅଭାବନୀୟ ସମୟରେ ପ୍ରେସ କ୍ଲବର ଏହି ପ୍ରୟାସକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏହି କ୍ୟାମ୍ପରେ ବୌଦ୍ଧର ଗଣମାଧ୍ୟମ ପ୍ରତିନିଧି, ୫ମ ବାଟାଲିୟନ ରିଜର୍ଭ ପୋଲିସର ଯବାନ, ଛାତ୍ର, ପ୍ରଶାସନ ଓ କର୍ମଚାରୀ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ କ୍ଲବର ସଭାପତି ବରୋଜ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ସସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ. ମଳୟ କୁମାର ସାହୁ ରକ୍ତଦାନ ଶିବିରକୁ ସଂଚାଳନ କରିଥିଲେ । ଶିବିରରେ ମୋଟ ୨୫ ଜଣ ରକ୍ତଦାନ କରିଥିଲେ । ସେହିପରି କ୍ଲବ ସଂପାଦକ ରଘୁନାଥ ଷଡଙ୍ଗୀଙ୍କ ନିଦ୍ଦେଶରେ ଉପଦେଷ୍ଟା ଦିବ୍ୟଶଙ୍କର ରାଉତଙ୍କ ନେତୃତ୍ତ୍ବରେ କଣ୍ଟାମାଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଫାର୍ମାସିଷ୍ଟ ଦେଦେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ସଦସ୍ୟ ଜୟକୁମାର ମହାରଣା, ପୂର୍ଣ୍ଣଚରଣ ସାହୁ, ବଂଶୀଧର ମାଝୀ, ରଞ୍ଜନ କୁମାର ପାତ୍ର, ବଳରାମ ବାଘ, ଦେବାଶିଷ ମଲିକ, ସୁଦର୍ଶନ ବଘାର ଯୋଗଦେଇ ସହଯୋଗ କରିଥିଲେ ଏବଂ ବରିଷ୍ଠ ସଦସ୍ୟ ସୁକାନ୍ତ ପଟ୍ଟନାୟକଙ୍କ ନେତୃତ୍ତ୍ବରେ ହରଭଙ୍ଗା ବ୍ଲକର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଡକ୍ଟର ଶୃତି ରାଣି ଅଗ୍ରୱାଲା ଉଦଘାଟନ କରିଥିବା ବେଳେ ସଦସ୍ୟ ଭାଗବତ ମେହେର, ପୁରୁଣାକଟକ ବ୍ୟବସାୟୀ ସଂଘର ସଂପାଦକ ଅଜିତ୍ ଦେହୁରୀ, ଫାର୍ମାସିଷ୍ଟ ଅଭୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
