ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

  • ସାମ୍ବାଦିକ ଚେତିଲେ ହିଁ ସମାଜରେ ପରିବର୍ତ୍ତନ ସମ୍ଭବ : ପଦ୍ମଶ୍ରୀ ହଳଧର ନାଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପ ପରିସରଠାରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋକକବି ରତ୍ନ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ଡ ଶିବ ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପୁରୋହିତ, ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ କୋଶଳୀ ଭାଷା ସାହିତ୍ୟର ଗବେଷକ ଡ ଦଳ ଗୋବିନ୍ଦ ବିଶି, ମୁଖ୍ୟବକ୍ତା ଭାବରେ ରାଜନୈତିକ ସମୀକ୍ଷକ ପ୍ରମୋଦ ପ୍ରଧାନ ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ । ସଭା ପ୍ରାରମ୍ଭରେ ମା’ ଘଣ୍ଟାସୁନୀ ଓ ମା’ ସରସ୍ୱତୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରିଥିଲେ । ପରେ ସଂଘର ସଦସ୍ୟ ତଥା କବିୟତ୍ରୀ ଶମିର୍ଷ୍ଠା ମିଶ୍ରଙ୍କ ଦ୍ୱାରା ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ସହ ସ୍ଵାଗତ କବିତା ପଠନ କରିଥିଲେ । ଉକ୍ତ ସଭାରେ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଶ୍ରୀ ନାଗ ସମାଜ ପରିବର୍ତ୍ତନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସାମ୍ବାଦିକ ଚେତିଲେ ହିଁ ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଡ ବେହେରା ପ୍ରେସ ଦିବସର ଶୁଭେଚ୍ଛା ପ୍ରଦାନ ସହ ସୁସ୍ଥ ସମାଜ ଗଠନରେ ଚତୁର୍ଥ ସ୍ତମ୍ବର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଆଧୁନିକ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଓ କର୍ତ୍ତବ୍ୟ ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ସମ୍ମାନିତ ଅତିଥି ଡ. ବିଶି କୋଶଳ ଇତିହାସ ସମ୍ଵନ୍ଧରେ ଆଲୋକପାତ କରିବା ସହ ସାମ୍ବାଦିକମାନେ ନିଜ କର୍ତ୍ତବ୍ୟ ନିଷ୍ଟା ପ୍ରତି ସଚେତନ ହେବାକୁ ସୁଚାଇଥିଲେ । ଏଥିରେ ସଂଘ ସମ୍ପାଦକ ସୁଧୀର ଦାସ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସଂଘ ତରଫରୁ ୬ ଜଣ କାର୍ଯ୍ୟରତ ସାମ୍ବାଦିକ ସମ୍ମାନିତ କରାଯାଇଥିଲା । ଏଥିରେ ସାମ୍ବାଦିକ ମାନସ ମହାନ୍ତି, ଦୀପକ ସମାଜଦାର, ବିନୋଦ ସୁନା, ନାରାୟଣ ସାହୁ, ରଶ୍ମି ରଞ୍ଜନ ପଟେଲ, ମନୋଜ କୁମାର ମିଶ୍ର ଅତିଥି ଙ୍କ ଦ୍ଵାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ପରେ ଟିଟିଲାଗଡ଼ କଲେଜର ଏନ୍‌ସିସି ଛାତ୍ରୀ ଇପସୀତା ଦାସଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଘର କୋଷାଧ୍ୟକ୍ଷ ପ୍ରଦୀପ ବାଗ, ସହସମ୍ପାଦକ ପ୍ରକାଶ ପ୍ରଧାନ, ସାମ୍ବାଦିକ ଜଗଦୀଶ ଜୈନ, ଈଶ୍ୱର ଜୈନ, ଗୋପାଲ ଅଗ୍ରୱାଲ, ଅଜିତ ସାହୁ, ବିଶାଲ ଅଗ୍ରୱାଲ, ମମତା ସାହୁ, ପ୍ରମୋଦ ବେହେରା, ମୋହନ ସୋନି, ଅଶୋକ ତ୍ରିପାଠୀ, ସୁଧୀର ସାହୁ, ମେଘନାଥ ସାହୁ, ରଙ୍ଗାଧର ପୁଟେଲ, ଗୁଣନିଧି ପୁଟେଲ, ପିଣ୍ଟୁ ପୁଟେଲ, ଟିକେଶ୍ୱର ପୁଟେଲ, ରୁଦ୍ର ଦଣ୍ଡସେନା, ନୀଳମଣି ବିଶ୍ୱାଳ, ଚନ୍ଦ୍ରଭାନୁ ପ୍ରଧାନ, ବିଭୁ ପ୍ରସାଦ ଶିକା, ପୃଥ୍ୱୀରାଜ ବକୁଳ, ସନ୍ତୋଷ ନାୟକ, ଗୋକୁଳାନନ୍ଦ ବଗର୍ତି, ଭୁବନୀ ପ୍ରସାଦ ଷଡ଼ଙ୍ଗୀ, ସୋନାଲି ଛାତ୍ରୀୟାଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ଶେଷରେ ଝୁଲୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.