centurian jitm

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଦକ୍ଷିଣ ସବ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି

nschool

ମାଲକାନଗିରି : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)ର ଦକ୍ଷିଣ ସବ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପ୍ରେସ ବିଜ୍ଞପ୍ତି ପ୍ରବକ୍ତା ସମତା ନାମରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ସେନାରେ ଠିକା ପଦ୍ଧତି ଅଗ୍ନିପଥକୁ ଘୋର ବିରୋଧ କରନ୍ତୁ । ଏହି ଯୋଜନାକୁ ସାରା ଭାରତରେ ଯୁବକମାନେ ବିରୋଧ କରିଆସୁଥିବା ବେଳେ ବସ୍ତର ସମ୍ଭାଗର ଯୁବବର୍ଗଙ୍କୁ ଆହ୍ବାନ କରାଯାଉଛି ଯେ, ଏହି ବିରୋଧ ଆନ୍ଦୋଳନରେ ସାମିଲ ହୁଅନ୍ତୁ । କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ ନୀତି ପ୍ରଣୟନ କରି ଯୁବ ବର୍ଗଙ୍କୁ ଭ୍ରମିତ କରୁଛନ୍ତି । ବେରୋଜଗାର ବଢୁଥିବା ବେଳେ ଏହାକୁ କେନ୍ଦ୍ର ସରକାର ଫାଇଦା ଉଠାଇବାକୁ ଯୁବକମାନଙ୍କୁ ପୁଲିସ, ସୈନିକ ଏବଂ ଅର୍ଦ୍ଧ ସୈନିକ ଦଳରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛି ।

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭର୍ତ୍ତି ନକରି ବେକାର ଯୁବକଙ୍କୁ ମରଣ ମୁହଁକୁ ଠେଲୁଛି । ସେମାନଙ୍କୁ ଠିକା କାମ ଦେଇ ପୁଣି ବେକାର କରିବ । ଠିକା ପ୍ରଥାକୁ ପ୍ରଚଳନ କରାଯାଇ ଶିକ୍ଷାକର୍ମୀ, ଶିକ୍ଷା ଦୂତ, ଜନଭାଗିଦାରୀ ଭଳି ଚାକିରି ପ୍ରଦାନ କରୁଛି । ସରକାରଙ୍କ ତରଫରୁ ଏଭଳି ଠିକା ପ୍ରଥା ଚାଲୁଥିବା ବେଳେ ବଡ ବଡ ଉଦ୍ୟୋଗରେ ମଧ୍ୟ ଏହାକୁ ଆରମ୍ଭ କରାଯାଇଛି । ଏବେ ସେନାରେ ଯୁବକଙ୍କୁ ଠିକାରେ ନିଆଯିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସଂଗଠନ କହିଛି । ସରକାରୀ ଚାକିରିରେ ସଂପୂର୍ଣ୍ଣ ଭାବେ ଠିକା ପ୍ରଥାକୁ ବନ୍ଦ କରିବା ପାଇଁ ମାଓ ସଂଗଠନ ଦାବୀ କରିଛି, ଯେଉଁମାନେ ଠିକା ପ୍ରଥାରେ କାମ କରୁଛନ୍ତି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ସବୁ ହାତକୁ କାମ ଏବଂ ସବୁ ଜମିକୁ ପାଣି ଯୋଗାଇବା ନେଇ ଆନ୍ଦୋଳନକୁ ତୀବ୍ରତର କରନ୍ତୁ ବୋଲି କୁହାଯାଇଛି । ଲକ୍ଷ ଲକ୍ଷ ଯୁବକଙ୍କୁ ସେନାରେ ଭର୍ତ୍ତି କରି ପିଏଲ୍‌ଜିଏ ଏବଂ ମାଓ ସଂଗଠନକୁ ଭୁଷୁଡାଇବା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ତାହାକୁ କେବେ ସଫଳ ହେବାକୁ ଦେବା ନାହିଁ । ଦକ୍ଷିଣ ବସ୍ତର ଡିଭିଜନର ଯୁବଗୋଷ୍ଠୀ ଏହାକୁ ବିରୋଧ କରନ୍ତୁ ବୋଲି କୁହାଯାଇଛି । ଜଳ, ଜମି ଏବଂ ଜଂଗଲକୁ ବଞ୍ଚାଇବାକୁ ହେଲେ ପିଏଲ୍‌ଜିଏରେ ଭର୍ତ୍ତି ହୁଅନ୍ତୁ ବୋଲି କୁହାଯାଇଛି ।

Leave A Reply

Your email address will not be published.

error: Content is protected !!