କିନ୍ନର ହତ୍ୟାକାରୀ ପ୍ରେମିକ ଗିରଫ

କଟକ : କିନ୍ନର ସହ ପ୍ରେମ ହେବା ପରେ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ । କିନ୍ତୁ ନିଷ୍ଠୁର ପ୍ରେମିକ କି‌ନ୍ନର‌ଙ୍କୁ ହତ୍ୟା କରିବା ପରେ ପୋଲିସ ‌ଦ୍ୱାରା ଗିରଫ୍‌ ହୋଇଥିବା ସୂଚନା ମିଳିଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କୋଇଲା ଡିପୋ ଡଂପ ୟାର୍ଡରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡ଼ିଛି । ଗତ ମାର୍ଚ୍ଚ ମାସ ୩୧ ତାରିଖରେ ତାରା କିନ୍ନରକୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ତାରା ସହ ରହୁଥିବା ଯୁବକ । ତେବେ ଗତ ୯ ତାରିଖରେ ତାରା କିନ୍ନରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସଂପୃକ୍‌କ୍ତ ପ୍ରେମିକ ଅଭିଯୁକ୍ତ ବଙ୍କୁଲି ଓରଫ ପ୍ରତାପ ଦାସକୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ତେବେ ବଙ୍କୁଲି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବା ବେଳେ ୨୦୧୪ ମସିହାରେ କଲେଜ ଛକ ରବି ଲେଙ୍କା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲା । ଜେଲରୁ ଫେରିବା ପରେ ତାରା କିନ୍ନରଙ୍କ ସହ ଭେଟ ହୋଇଥିଲା ଓ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟେ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ । ସୂଚନା ଅନୁସାରେ ଗତ ୩୧ ତାରିଖରେ ବଙ୍କୁଲି ତାରା କିନ୍ନରଙ୍କୁ ଟଙ୍କା ମାଗିଥିଲା । ତାରା ଟଙ୍କା ନ ଦେବାରୁ ବଙ୍କୁଲି ରାଗିଯାଇ କିରୋସିନି ଢାଳି ତାରା ଦେହରେ ନିଆଁ ଲଗାଇ ଦେଇଥିଲା ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

Leave A Reply

Your email address will not be published.