ନୀଳଗିରି : ପ୍ରେମରେ ବିଫଳ ହେବାରୁ ଜଣେ ପ୍ରେମିକା ଚରମ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ଅଥଚ ଅଳ୍ପକେ ବଂଚି ଯାଇଛି ପ୍ରେମିକାଙ୍କ ଜୀବନ । ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ନୀଳଗିରି ଅଞ୍ଚଳରେ । ଜଣେ କଲେଜରେ ପାଠ ପଢୁଥିବା ଝିଅ ଜଣେ ଯୁବକଙ୍କୁ ଭଲ ପାଉଥିଲେ । କିନ୍ତୁ ପ୍ରେମିକ ପ୍ରେମିକାଙ୍କ ଫୋନ କଲ୍ ରିସିଭ୍ ନକରିବାରୁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ପ୍ରେମିକା । ସେ ଏତେ ଭାବପ୍ରବଣ ହୋଇ ପଡ଼ିଥିଲେ ଯେ, ନିଜ ଜୀବନକୁ ତୁଚ୍ଛ ମଣିଥିଲେ ଓ କୌଣସି ଧାରୁଆ ଅସ୍ତ୍ରରେ ନିଜ ହାତର ଭେନ୍କୁ କାଟି ପକାଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜିର ବସ୍ତୁବାଦୀ ସମୟରେ ଜଣେ ପ୍ରେମିକାଙ୍କ ଏଭଳି ଭାବପ୍ରବଣ ପଦକ୍ଷେପ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।