om academy

“ଘରେ ଘରେ ପୁଷ୍ଟି” ପ୍ରୟାସ କାର୍ଯ୍ୟକ୍ରମ

jsm

ମ.ରାମପୁର, (ହେମନ୍ତ ସାହୁ) : ଅପପୁଷ୍ଟି ଓ କୁପୋଷଣକୁ ରୋକିବା ନେଇ ରାଜ୍ୟ ସରକାର ଏକ ନୃତନ ଯୋଜନା ପ୍ରଣୟନ କରିଛନ୍ତି । ଯାହାକୁ ନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଉଦ୍ୟାନକୃଷି ବିଭାଗ ପକ୍ଷରୁ ରାଜ୍ୟ ବିଭିନ୍ନ ବ୍ଲକରେ ଘରେ ଘରେ ପୁଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ମଧ୍ୟ ଉଦ୍ୟାନ ବିଭାଗ ତରଫରୁ ଅପପୁଷ୍ଟିର ସମାଧାନ ପାଇଁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ଫଳଚାରା (ସଜନା, ଅମୃତଭଣ୍ଡା, କଦଳୀ, ଲେମ୍ବୁ) ଓ ବିଭିନ୍ନ ପନିପରିବା ବିହନକୀଟ ମାଗଣାରେ ଯୋଗାଇ ଦିଆଯାଉଛି । ଏଥିରେ ମ. ରାମପୁର ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ନାଗ, ଉଦ୍ୟାନ ଅଧିଦର୍ଶକ କୁମରମଣି ନାଗ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.