oom

ବିଜେପି ପକ୍ଷରୁ ଚାଷୀଙ୍କୁ ଫସଲ ବୀମା ଟଙ୍କା ସରକାର ଦେବା ପାଇଁ ନିଆରା ପ୍ରୟାସ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବ୍ଲକର ଚାଷୀମାନଙ୍କୁ ଗତ ୨୦୨୧ର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ରାଜ୍ୟ ସରକାର ଦେବା ପାଇଁ ବିଜେପି ପକ୍ଷରୁ ଆଜି ଏକ ନିଆରା ପ୍ରୟାସ କରିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ବିରାଟ ରାଲି ପାଇକମାଲ ବ୍ଲକ ଅଫିସ ସମ୍ମୁଖରୁ ବାହାରି ତହସିଲ ଅଫିସ ଯାଏଁ ବିଭିନ୍ନ ସ୍ଲୋଗାନ ଦେଇ ପହଞ୍ଚିଥିଲେ । ସେଠାରେ ୨ଘଣ୍ଟିଆ ଧାରଣା ଦେବା ମଧ୍ୟରେ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଆଇନଜୀବୀ ରାଜ କିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, ବଲରାମ ସାହୁ, ସରପଞ୍ଚ ସୁଦାମ ଚରଣ ସେଠୀ, ହାଡୁ ସାହୁ, ଉମାକାନ୍ତ ସାହୁ, ପୁରନ୍ଦର ସାହୁ, ପିତବାସ ସାହୁ, ସଞୟ ବେହେରା, ଲଳିତ ଜଗତ, ରୋଶନ ପାଣିଗ୍ରାହୀ, ଦୁଃଶାସନ କୁମ୍ଭାର, ସୁଶାନ୍ତ ନାଗ, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି ପ୍ରମୁଖ କୃଷି ବୀମା ପ୍ରଦାନରେ ଏଚଡିଏଫସି ଏଗ୍ରୋ କଂପାନୀ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ତାଙ୍କର ଚୁକ୍ତିକୁ ରଦ୍ଦ କରିବା, ଚାଷୀମାନଙ୍କୁ ସାର, ବିହନ ଉଚିତ ଦରରେ ନ ମିଳିବା, ୨୦୨୧ ମସିହାରେ ପଦ୍ମପୁର ଅଞ୍ଚଳରେ ବିଭିନ୍ନ ସଂସ୍ଥା ବାରା କମ ପରିମାଣରେ କ୍ରପ କଟିଙ୍ଗ କରାଯାଇଥିବା, ପଦ୍ମପୁର ଅଞ୍ଚଳକୁ ମରୁଡ଼ି ଘୋଷଣା କରି ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିବା ନେଇ ଅଭିଭାଷଣ ଦେଇ ଥିଲେ । ଏହା ପରେ ତହସିଲ ଅଫିସର ଅତିରିକ୍ତ ତହସିଲ ପ୍ରତାପ ଚନ୍ଦ୍ର ପୂଜାରୀଙ୍କୁ ଏକ ଚାରିଦଫା ସମ୍ବଳିତ ଦାବୀପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଓ ଚାଷୀଗଣ ଉପସ୍ଥିତ ଥିବା ବେଳେ ଶେଷରେ ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.