oom

ସୁବଳୟା ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତର ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ସିଏଚ୍‌ ସୁଧାକରଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାର ବିକାଶରେ ସମାଜର ସାମଗ୍ରିକ ବିକାଶ ସମ୍ଭବ ଏବଂ ଉଚିତ୍ ଶୈକ୍ଷିକ ବାତାବରଣ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ ବୋଲି ଉକ୍ତି ବାଢ଼ିଥିଲେ । ମୁଖ୍ୟବକ୍ତା ରୂପେ ପୂର୍ବତନ ବିଦ୍ୟାଳୟ ପରିଦର୍ଶକ ରବୀନ୍ଦ୍ର କୁମାର ସାହୁ ଯୋଗଦେଇ ଅଧ୍ୟାପନାକୁ ଏକ ବ୍ରତ ରୂପେ ଗ୍ରହଣ କରିବା ପାଇଁ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ମାନୀୟ ଅତିଥି ଭାବରେ ଗଞ୍ଜାମ ମହାବିଦ୍ୟାଳୟରେ ଅଧ୍ୟାପନା ଦାୟିତ୍ଵରେ ଥିବା ରୋହିତ କୁମାର ସାହୁ ଯୋଗଦେଇ ସମାଜ ଗଠନ ଦିଗରେ ଯୋଗ୍ୟ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ଲିଙ୍ଗରାଜ ସାହୁ, କହ୍ନେଇ ନାୟକ, ପିତାମ୍ବର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ଡଃ.ଅନିତା ମିଶ୍ରଙ୍କ ବେଦ ପାଠ ସହ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଅଧ୍ୟାପିକା ଜ୍ୟୋତ୍ସ୍ନା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଜଗଦୀଶ ପାଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ ଅଧ୍ୟାପକ ଡଃ.ଗଜେନ୍ଦ୍ର କୁମାର ସେଠୀ, ଦୀନବନ୍ଧୁ ପାତ୍ର, ବିଜୟ କୁମାର ସ୍ୱାଇଁ, କୁମାରି ଲିଲୁ ଦେବୀ, ପ୍ରହଲ୍ଲାଦ ବେହେରା, ଅଭିମନ୍ୟୁ ସାହୁ, ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦେଇ ଅନୁଷ୍ଠାନର ଗୁଣଗାନ କରିଥିଲେ । ପରିଶେଷରେ ଅଧ୍ୟାପିକା ସନ୍ତୋଷି ନାହାକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.