ବରଗଡରେ ଭାରତୀୟ ହସ୍ତତନ୍ତ ପ୍ରଦ୍ୟୋଗିକ ପ୍ରତିଷ୍ଠାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି । ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ଵସ୍ଥରରେ ଯେତେବେଳେ ଜଳ ବାୟୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ତାପ ମାତ୍ରା ବଢ଼ିବାରେ ଲାଗିଛି ହସ୍ତତନ୍ତର ଆବଶ୍ୟକତା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ବସ୍ତ୍ର ହିଁ କେବଳ ବିନା ପ୍ରଦୂଷଣରେ ନିର୍ମାଣ ହୋଇଥାଏ । ବରଗଡ ଜିଲ୍ଲାର ହସ୍ତତନ୍ତ ନାଁ ହି କେବଳ ଏହି ଅଞ୍ଚଳର ଗର୍ବ ଓ ଗୌରବ ବୃଦ୍ଧି କରିଛି ଏ ଅଞ୍ଚଳକୁ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସମୃଦ୍ଧ କରିପାରିଛି । ଆଜିର ଏହି ଦିବସରେ ଅନୁଷ୍ଠାନର ନିର୍ଦ୍ଦେଶକ ଏମ୍‌, ଅନନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଦୀପକ କୁମାର ଗୋୟଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଜନସାଧାରଣ ଓ ବୁଣାକାର ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ବରଗଡ଼, ସୋନପୁର ଜିଲ୍ଲାର ୧୪ ଜଣ ସନ୍ଥ କବୀର୍ ଓ ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ସେ ମାନେ ହେଲେ ସୁରେନ୍ଦ୍ର ମେହେର, କ୍ଷେତ୍ର ମୋହନ ମେହେର, ସ୍ୱର୍ଗୀୟ ମୁରଲୀ ମେହେର, ଭିକାରୀ ମେହେର, ଦୟାଳୁ ମେହେର, ଭକ୍ତରାଜ ମେହେର, ଶ୍ରୀମତୀ କଲାବତୀ ମେହେର, ଶ୍ରୀମତୀ ସ୍ଵର୍ଣ୍ଣଲତା ମେହେର, ଶ୍ରୀମତୀ ଦେବକୀ ମେହେର, ଋଷବ୍ ମେହେର, ମକରଧ୍ୱଜ ମେହେର, ହରିଶଙ୍କର ମେହେର, ଈଶ୍ୱର ମେହେର । ଏହି ଅବସରରେ ସାମର୍ଥ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଶିକ୍ଷାଥୀମାନଙ୍କୁ କେନ୍ଦ୍ରୀୟ ଟେକ୍ସଟାଇଲ କମିଟିର ସଦସ୍ୟ ପ୍ରଦୀପ ଦାସ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ହସ୍ତତନ୍ତ ଫ୍ୟାସନ୍‌ ସୋ ଏବଂ ଜିଓ ଟାଗ (ଭୌଗଳିକ ସଂକେତ) ବିଶିଷ୍ଟ ହସ୍ତତନ୍ତ ପ୍ରଦର୍ଶନୀର ଆୟୋଜନ ଉତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା । ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ୫୬ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଦେଶରେ ଦେବେନ୍ଦ୍ର କୁମାର ଯାଦବ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.