jayashree

ଗଞ୍ଜାମ ଏନ୍‌ଏସିଇଓଙ୍କ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟରତ ସ୍ଥାନୀୟ ଗଣମାଧ୍ୟାମ ପ୍ରତିନିଧିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଗଞ୍ଜାମ ପ୍ରେସ କ୍ଲବର ସମ୍ବାଦିକମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ତତ୍‌ ସହିତ ସ୍ଥାନୀୟ ପୌରାଞ୍ଚଳକୁ ଜିଲ୍ଲାର ୧ ନମ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ପରିଗଣିତ କରିବା ନେଇ ପ୍ରୟାସ କରିବେ ବୋଲି ପ୍ରକାଶ କରିଥିଲେ । ତତ୍‌ ସହିତ ସାମୂହିକ ବିକାଶ ଦିଗରେ ସମାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଗଞ୍ଜାମ ସହରାଞ୍ଚଳର ବିକାଶ ଦିଗରେ ସମସ୍ତ ସାମ୍ବାଦିକଙ୍କ ସହଯୋଗ କାମାନା କରିଥିଲେ । ଶବର କୁମାର ତରାଇ, ଉମାକାନ୍ତ ବେହେରା, ବିଦ୍ୟାଧର ସାହୁ, ରାକେଶ ରଞ୍ଜନ ଦାସ, ପ୍ରଦୀପ କୁମାର ପଣ୍ଡା, ନିରଞ୍ଜନ ପରିଡା, ବଟକୃଷ୍ଣ ରାଉଳ, କେ. ରାଜନୀକାନ୍ତ ରେଡ୍ଡି ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.