
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ମୁଖ୍ୟ ରାସ୍ତା ଧୂମାଭଟା ଛକ ଠାରେ ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ଆନୁକୂଲ୍ୟରେ ବାବା ସାହେବ ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼. ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଇଯାଥିଲା । ଏଥିରେ ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଭିମରାଓଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବା ସଙ୍ଗେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପାଟଣାଗଡ଼ ବିଧାୟକ ସରୋଜ ମେହେର, ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ପାଟଣାଗଡ଼ ବିଡ଼ିଓ ନୀଳମାଧବ ସୁନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଡ଼ ଭିମରାଓ ଆମ୍ବେଦକର ଆଧୁନିକ ଭାରତ ତଥା ନବନିର୍ମାଣ ଭାରତର ପ୍ରମୁଖ ବିନ୍ଧାଣି ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ସିଂଦେଓ ମତ ବ୍ୟକ୍ତ କରିଥିଲେ । ଡ଼ ଭିମରାଓ ଆମ୍ବେଦକରଙ୍କ ତିନୋଟି ମହା ମନ୍ତ୍ର ଯଥା ଶିକ୍ଷିତ ହୁଅ ସଂଘଟିତ ହୁଅ ଏବଂ ଅଧିକାର ହାସଲ ପାଇଁ ଲଢେଇ କର ଏହି ଦିକ୍ଷା ଗ୍ରହଣ କଲେ ସମାଜ ଆଗକୁ ବଢ଼ି ପାରିବ ବୋଲି ମତ ବିଧାୟକ ଶ୍ରୀ ମେହେର ମତବ୍ୟକ୍ତ କରିଥିଲେ । କାର୍ୟ୍ୟକ୍ରମରେ ବେଲପଡା, ଖପ୍ରାଖୋଲ, ପାଟଣାଗଡ଼ ବ୍ଲକର ଲକ୍ଷେ ଘର ଗଣ୍ଡା ସମାଜର କର୍ମକର୍ତ୍ତାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସଦସ୍ୟମାନେ ଉପସ୍ଥିତ କରିଥିଲେ ।