lika

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ମହିଳା ଅନୁଷ୍ଠାନ ଲେଡି ଲାୟନ ତରଫରୁ ଆସନ୍ତା ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଝିରପାଣି ସ୍ଥିତ ସାଇନିଂ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂଜୀବ ମହାନ୍ତି, ପରଭେଜ ଅରୋରା, ଅଶୋକ କକ୍କଡ, ବିଜୟ ସୁନ୍ଦରରାୟ, ଦେବେନ୍ଦ୍ର ମହାରଣା, ଅମ୍ରିତା ନିଲମ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଇନ୍ଦିରା ନାୟକ, ବାସନ୍ତୀ ମହାରଣା, ଗ୍ରେସୀ ଡେଭିଡ, ସୋନାଲ ପ୍ରଧାନ, ଅଞ୍ଜୁ କକ୍କଡ, ଇପ୍ସିତା ବିଶ୍ବାଳ, ବିଶ୍ବଜିତ ରାଉତ, ଲକ୍ଷ୍ମୀ ମିଶ୍ର ପ୍ରମୁଖ ଦାୟିତ୍ବ ନିର୍ବାହ କରିଥିଲେ । ପ୍ରତିଯୋଗିତାଗୁଡିକ ମଧ୍ୟରେ ମେହେନ୍ଦୀରେ ୨୦, ଶଙ୍ଖ ଫୁଙ୍କାରେ ୨୦, ଝୋଟିରେ ୧୦ ଓ ରୋଷେଇରେ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ମହିଳା ଦିବସରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ କାର୍ମିଲା ମାହାତୋ, ଝୁନୁ ନାୟକ, ମାୟା ବିଷ୍ଟ, ମିତାଲି, ପ୍ରତିମା ତଥା ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.