୩୦ତମ ବଲାଙ୍ଗିର ଜିଲ୍ଲା କରାଟେ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କରାଟେ ସ୍କୁଲ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ପ୍ରାଙ୍ଗଣରେ ୩୦ତମ ବଲାଙ୍ଗିର ଜିଲ୍ଲା କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ଅନୁବନ୍ଧନ କରାଟେ ଶାଖାରୁ ମୋଟ ୧୭୫ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଜେଆଇଟିଏମ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ, ବଲାଙ୍ଗିର ଜିଲ୍ଲା କରାଟେ ସଂଘର ଶ୍ରଷ୍ଠା ମାନୁଏଲ ନାଗ ଓ ବଲାଙ୍ଗିର କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ ପ୍ରମୁଖ ମଂଚାସୀନ ହୋଇଥିଲେ ।

ସମସ୍ତ ବର୍ଗର ବାଳକ, ବାଳିକା, ମହିଳା ଓ ପୁରୁଷ ପ୍ରତିଯୋଗୀମାନେ ଭାଗ ନେଇଥିବା ବେଳେ କାତା ଓ କୁମିତିରେ ସରନ କୁମାର ବେହେରା, ଦିଗାନ୍ତ ପାଢୀ, ତ୍ରିଷା ପଣ୍ଡା, ଆନନ୍ଦିତା ସାହୁ, ସାରଳା ସାହୁ, ନରେଶ ଯୋଗୀ, ପିୟୁଷ ମାଝି, ଲୋକେଶ ବାଗ, ସିହଳ ନାଗଦତ୍ୟା, ପୁନମ କବାଟ, ପୁରୁଷୋତ୍ତମ ବାଗ, ତମନ୍ନା ମେହେର, ତନିଷା ସାହୁ, ସୁପ୍ରିୟା ସାହୁ, ଅଂଶୁମାନ ପୃଷ୍ଟି, ରୁଦ୍ରପ୍ରଭା ସାହୁ, ବୈଷ୍ଣବୀ ଜାଲ, କ୍ରିଷ୍ଣା ନାଏକ, ମୋନାଲିସା ବାରିକ, ଆଦିତ୍ୟ ସାହୁ, ଆଦିତ୍ୟ ସିଂ ବାରିକ, ରେଖା ମନହିରା, ଆୟୁଷ ମେହେର, ହରପିତା ସିଂ, ତନିଷା ଶର୍ମା, ଅଶିଫ ରାଜା, ସମୀର ସାହୁ, ପ୍ରିୟଦର୍ଶନୀ ଦୀପ, ଅଭିଜିତ ହୋତା, କ୍ରିଷ୍ଣା ସେଠ, ତନମୟ ବଗର୍ତ୍ତୀ, ସୌମ୍ୟ ରଂଜନ ମଲ୍ଲିକ, ପ୍ରଦୀପ ସାହୁ, ମୁକେଶ ଛତର, ସରମିଷ୍ଟା ଜାଲ, ସ୍ୱସ୍ତିଆପା ପାଢୀ, ବିଶ୍ୱଜିତ ତାଣ୍ଡି, ଆୟୁଷ ପଟ୍ଟନାୟକ, ପ୍ରିୟାଂଶୁ ପାରିକର, ମୋହିତ ସାହୁ, ରିପ୍ତିମୟୀ ସାହୁ, କୁବେର ରାଜପୁତ, ସୌମ୍ୟ ରଂଜନ ସାହୁ, ସୁଶାନ୍ତ ମହାନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୂର୍ବତନ ଷ୍ଟେଟ ହାଉସିଂ ବୋର୍ଡର ଚେୟାରମ୍ୟାନ କଳିକେଶ ନାରାୟଣ ସିଂଦେଓ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଉପସ୍ଥିତ ହୋଇ ବିଜେତାମାନଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ରେଫରି ଓ ଜଜ୍‌ ଦାୟିତ୍ୱରେ ସୁରେଶ ଜାଲ, ସରୋଜକାନ୍ତ ବେହେରା, ଗୋପାଳ ଦୀପ, ଚନ୍ଦ୍ର ଶେଖର ସେଠ, ଶ୍ରଦ୍ଧାଞ୍ଜଳି ଜାଲ, ରାହୁଲ ଜାଲ, ବ୍ୟାମେକେଶ ବେହେରା, ନିଳାଞ୍ଚଳ ନାହକ, ମୁରଲି ମହାକୁର, ପର୍ଶୁରାମ ସ୍ୱାଇଁ, ଅଶୋକ ସେଠ, ପ୍ରହଲ୍ଲାଦ ସାହୁ, ମୁକେଶ ସାହୁ, କ୍ଷୀରୋଦ ସୁନା, ରୋହିତ ଛୁରା, ନରେଶ ଭୋଇ, ରିଙ୍କୁ ସିକା, ଦୟାନିଧି ଭୋଇ ସମସ୍ତେ ଖେଳକୁ ପରିଚାଳନା କରିଥିଲେ । ଯାଦବ ନାଏକ ମଂଚ ପରିଚାଳନା କରିଥିବା ବେଳେ ମନଗୋବିନ୍ଦ ମେହେର, ରାଜେନ୍ଦ୍ର ବାଗ, ଦୀପକ ବାଗ, ମୁନସି ସେରେନ, ରଶ୍ମିତା ନାହକ, ଅମିତ ମଛଖଣ୍ଡ ସହଯୋଗ କରିଥିଲେ । ଶେଷରେ ବଲାଙ୍ଗିର କରାଟେ ସ୍କୁଲ ତଥା ଜିଲ୍ଲା କରାଟେ ସଂଘର ସଂପାଦକ ହୃଦୟ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!