oom

ପଲ୍ଲିଶ୍ରୀ କଲେଜରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

jsmm

ସିନ୍ଧେକେଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡିଆରେ ପଲ୍ଲିଶ୍ରୀ କଲେଜର ୨୮ତମ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡାରେ ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସଞ୍ଜୀବ ରଥ, ସୁଚରିତା ରଥ, ଗୋବର୍ଦ୍ଧନ ପ୍ରଧାନ, ଜୟ ପ୍ରକାଶ ମିଶ୍ର, ଚିନ୍ମୟ ଯୋଶୀ, ଶ୍ରୀକାନ୍ତ ବିହାରୀ, ଥବିର ବିଶ୍ୱାଳ, କୈବର୍ତ୍ତ ନାଗ କୈଳାସ ରଣା, ଦଶରଥ ସାହୁ, କୁନୁ ସେଠ, ହରେରାମ ପୁଟେଲ, ମନୁଆ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.