oom

ଗୋହିରାପଦର ଗାଁରେ କୁଇଜ ଓ ଫେନ୍ସିଡ୍ରେସ ପ୍ରତିଯୋଗିତା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗାଁରେ ମେହେର କମ୍ପ୍ୟୁଟରର ମାଲିକ ପିଣ୍ଟୁ ମେହେରଙ୍କ ପକ୍ଷରୁ କୁଇଜ ଓ ଫେନ୍ସିଡ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ୟାସିୟର ଗଗନ ବିହାରୀ ଦାସ, ବଙ୍ଗୋମୁଣ୍ଡା ୟୁଜିବି ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅଜିତ ପ୍ରଧାନ, ବଲାଙ୍ଗିର ଗ୍ରାମୀଣ ଉଦ୍ୟୋଗ ସମିତି କୋରଡିନେଟର୍ ଶୋଭାଗିନୀ ରଣା, ଡାକ୍ତର ନିଲକାନ୍ତ ମେହେର, ଶିକ୍ଷକ ଜ୍ୟୋତିଷ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଲତା ମେହେର ଓ ଦ୍ଵିତୀୟ ସ୍ଥାନ ପିଙ୍କି ମେହେର ହୋଇଥିଲେ । ଫେନ୍ସିଡ୍ରେସ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଆଳିସା ମେହେର, ଦ୍ଵିତୀୟ ସ୍ଥାନ ମନିଶା ମେହେର, ତୃତୀୟ ସ୍ଥାନ ଷୋମ୍ୟାଶ୍ରୀ ମେହେରଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି ।

jittmm
Leave A Reply

Your email address will not be published.