କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ରଙ୍ଗୋଲି ପ୍ରତିଯୋଗିତା

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଅବସରରେ ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ଶାଖା କଣ୍ଟାବାଞ୍ଜି ଓ ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ କଣ୍ଟାବାଞ୍ଜିର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଆମ୍ବେଦକର ଛକ ଠାରୁ ରେଲୱେ ଖେଳ ପଡ଼ିଆ ରାସ୍ତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଶହ ଶହ ସଂଖ୍ୟାରେ ପ୍ରତିଯୋଗୀମାନେ ଭାଗ ନେଇ ସମସ୍ତଙ୍କ ସମ୍ମୁନରେ ତାଙ୍କ ଭିତରେ ଥିବା କଳାକୃତି ପ୍ରଦର୍ଶିତ କରିଥିଲେ । ଏଥିରେ ଭିନ୍ନ ଭିନ୍ନ ପ୍ରକାର ମୁରୁଜରେ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଲ ବିଭାଗ ବରିଷ୍ଠ ଅଧିକାରୀ ୟୁ.ସି ବାଥମ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ରେଲୱେ ବିଭାଗ ଇଏନ ପ୍ରଶାନ୍ତ କୁମାର, ମାଟିର ମହୋତ୍ସବ ସଭାପତି ବ୍ରଜ ଶ୍ୟାମ ଗୁରୁ, ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ଶୀତଳ ଅଗ୍ରୱାଲ, ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ଶାଖା ରୁଚି ଖଣ୍ଡେୱାଲ, ପୂଜା ଅଗ୍ରୱାଲ, ରାଧା ରାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ରେଣୁକା ବେହେରା, ଯଶୋବନ୍ତି ବିଶି ପ୍ରମୁଖ ମଞ୍ଚାସୀନ ଥିଲେ । ସହ ସମ୍ପାଦକ ଦିନେଶ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।ପ୍ରତିଯୋଗିତାରେ ବିଚାରକ ଭାବେ କଳା ଶିକ୍ଷକ ବିଶ୍ୱରଞ୍ଜନ ଦାସ, ହରି ଚନ୍ଦନ ଲେଙ୍କା ଯୋଗ ଦେଇଥିବା ବେଳେ ଦୀପ୍ତିବାହା ବେହେରା, ଅଞ୍ଜଳି ମାଝିଙ୍କ ସହ ମାଟିର ମହୋତ୍ସବ କମିଟିର ସମସ୍ତ ପଦାଧିକାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ବିଜେତାଙ୍କୁ ମାଟିର ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.