ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃ ବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେଉଁ ଅନାଦି କାଳରୁ ସାଧାରଣ ମଣିଷର କ୍ରୀଡ଼ା କସରତ ପ୍ରତି ଅହେତୁକ ଦୁର୍ବଳତା ରହିଆସିଛି । ତେଣୁ ଏହି ମନୋଭାବକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପ୍ରକାର ଖେଳ ସହିତ ନାନାବିଧ ପ୍ରତିଯୋଗିତା ଅନୁଷ୍ଠିତ ହେବାରେ ଲାଗିଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଲାୟନ ଦୀପକ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଟିଲାଗଡ଼ ସହରର ସିବିଏସ୍ଇ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ଯାହାକି ବଲାଙ୍ଗିର ଜିଲ୍ଲାର ଏକ ଶ୍ରେଷ୍ଠ ଓ ଅଗ୍ରଣୀ ଆବାସିକ ଶିକ୍ଷାନୁଷ୍ଠାନ ଠାରେ ଆଜି ସକାଳ ୧୧ଟାରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ବଲାଙ୍ଗିର, ଲିଟିଲ୍ ଫ୍ଲାୱାର ସ୍କୁଲ ବଲାଙ୍ଗିର, କେଭି ଟିଟିଲାଗଡ଼, ଓମ ଭ୍ୟାଲି ଟିଟିଲାଗଡ଼, ସଂସ୍କାର ଇଣ୍ଟରନ୍ୟାସନାଲ୍ ସ୍କୁଲ ବରଗଡ଼, ପ୍ରଭାବତୀ ପବ୍ଲିକ୍ ସ୍କୁଲ ଟିଟିଲାଗଡ଼, ବଲାଙ୍ଗିର ଜିଲ୍ଲା ସୁଇମିଂ ଆସୋସିଏସନ୍, ସେମଫୋର୍ଡ ସ୍କୁଲ ବଲାଙ୍ଗିର, ଆଇଡିଏମ୍ ପବ୍ଲିକ୍ ସ୍କୁଲ ବଲାଙ୍ଗିର ବିଭିନ୍ନ ବର୍ଗର ୮ ବର୍ଷରୁ କମ୍, ୧୦ ବର୍ଷରୁ କମ୍, ୧୨ ବର୍ଷରୁ କମ୍୧୪ ବର୍ଷରୁ କମ୍ ୧୭ ବର୍ଷରୁ କମ୍ମୋଟ ୧୨୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଯଶୋବନ୍ତ ନାରାୟଣ ପ୍ରଧାନୀ ସମ୍ମାନିତ ଅତିଥି ଭାବେ, ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ମାରୱାଡ଼ି ଯୁବାମଞ୍ଚ ଟିଟିଲାଗଡ଼ର କେନ୍ଦ୍ରଶାଖା ସଭାପତି ହନି ଅଗ୍ରଓ୍ୱାଲ, କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି ଯୋଗ ଦେଇଥିଲେ । ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କର ଉପସ୍ଥିତିରେ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା । ପ୍ରତିଯୋଗିମାନେ ଅତି ଆନନ୍ଦ ଓ ଉତ୍ସାହରେ ଚେଷ୍ଟା, ପ୍ରଚେଷ୍ଟା, ସାହସ ଏବଂ ଦୃଢ ମନୋବଳ ସହ ଅକ୍ଳାନ୍ତ ପରିଶ୍ରମ କରି ନିଜନିଜର ଦକ୍ଷତାର ପ୍ରଦର୍ଶନ କରିଥିଲେ । କୃତି ପ୍ରତିଯୋଗିତାମାନଙ୍କୁ ବହୁ ଦୂରଦୂରାନ୍ତରୁ ଆସିଥିବା ପ୍ରତିଯୋଗିମାନଙ୍କର ଅଭିଭାବକ ଓ ଦର୍ଶକମାନେ ଏହି ରୋମାଞ୍ଚକର ପ୍ରତିଯୋଗିତାକୁ ମନଭରି ଉପଭୋଗ କରୁଥିଲେ । ପ୍ରତିଯୋଗୀ ମାନଙ୍କପାଇଁ ସକାଳ ଜଳପାନ ସହ ମଧ୍ୟାହ୍ନ ଭୋଜନର ସୁବନ୍ଦୋବସ୍ତ କରାଯାଇଥିଲା । ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆଗରୁ ମଧ୍ୟ ଏହି ଅନୁଷ୍ଠାନରେ ଆନ୍ତଃରାଜ୍ୟସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି । ପ୍ରତିଷ୍ଠାତାଙ୍କ ତ୍ୟାଗ, ସାଧନା, ସେବା ମନୋବୃତ୍ତି ଓ ଶିକ୍ଷା ମାଧ୍ୟମରେ ଏକ ସୁସ୍ଥ ସମାଜ ଗଢ଼ିତୋଳିବାର ଆଶା ଅନୁଷ୍ଠାନକୁ ସଫଳତା ପରେ ସଫଳତା ଦେଇ ଚାଲିଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ଡ.ରବିନ୍ ଚନ୍ଦ୍ର ପରମାଣିକ, ଅଧ୍ୟକ୍ଷ ଏମ୍. ନାଗା ମାଲେଶ୍ଵର ରାଓଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ସନ୍ତରଣ ପ୍ରଶିକ୍ଷକ, ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ପ୍ରଶିକ୍ଷକ ଅମୀୟ କୁମାର ପ୍ରଧାନ (ଆନ୍ତର୍ଜାତୀୟସ୍ତରରେ ସନ୍ତରଣ ପ୍ରତିଯୋଗିତାରେ ମେଡ଼ାଲ୍ ପ୍ରାପ୍ତ ଖେଳାଳି), ସୀମା ରାଉତଙ୍କ ସହଯୋଗ କ୍ରମେ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି ।

Leave A Reply

Your email address will not be published.