ଜୋନ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ଜୋନ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ବ୍ଲକ ଚାରିଗୋଟି ଜୋନରୁ ୨୭ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ କବାଡି, ଖୋଖୋ, ଭଲିବଲ, ଫୂଟବଲ, ବ୍ୟାଡ଼ମିଂଟନ ପ୍ରଭୁତି ଖେଳ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇଥିଲେ । ଏହି ଜୋନସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ମାନଙ୍କରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ, ଆଗାମୀ ଦିନରେ ହେବାକୁ ଥିବା ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ । ଏଣୁ ୨୭ଗୋଟି ବିଦ୍ୟାଳୟର ପ୍ରତିଯୋଗୀମାନଙ୍କୁ ନେଇ ଖେଳ ପ୍ରଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ, ରଘୁନାଥ ହେମ୍ବ୍ରମ, ସତ୍ୟାନନ୍ଦ ମାଝୀ, ସୌମ୍ୟରଞ୍ଜନ ଛତ୍ରିଆ, ବିଷ୍ଣୁପ୍ରିୟା ମହାନ୍ତି, ଖେଳ ପରିଚାଳନା କରି କୃତି ଉପଯୋଗୀ ଚୟନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.