- ମ୍ୟାଚ୍ର ମୁଖ୍ୟ ଆକର୍ଷଣ ୟୁଟ୍ୟୁବ କଳାକାର ଏଲ୍ଏକ୍ସ ବାୱା
ମ. ରାମପୁର, (ପି.କେ. ସାହୁ) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତ ବଡ଼ ପିଟାମାଲ ଠାରେ ଚାଲିଥିବା ରାଜେନ୍ଦ୍ର ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ୍ର ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ସମିତି ସଭ୍ୟା ପଦ୍ମିନୀ ଭୋଇ, ବୁଦ୍ଧିଜୀବୀ ଶତ୍ରୁଘନ ମହାନନ୍ଦ, ଏମ୍.ସି.ସି. ସଭାପତି ଯୁଧିଷ୍ଠିର ସିଂ, ଶତ୍ରୁଘନ ମହାନନ୍ଦ, ଜଳନ୍ଧର ମିର୍ଦ୍ଧା ଓ ୟୁଟ୍ୟୁବ କଳାକାର ଏଲ୍ଏକ୍ସ ବୱା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ନୂନପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭରରେ ୧୩୦ ରନ୍ କରିଥିବା ବେଳେ ଦଳ ୧୨୪ ରନ୍ କରିଥିଲେ । ଫଳରେ ନୁନପୁର ଦଳ ବିଜୟୀ ହୋଇଥିଲେ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଟୁର୍ଚି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୯୮ ରନ୍ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଗଜବାହଲ ଦଳ ୧୦୨ ରନ୍ କରି ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ୍ ଉଭୟ ବିଜୟୀ ଦଳ ମଧ୍ୟରେ ହୋଇଥିବା ବେଳେ ନୁନପୁର ଦଳ ପ୍ରଥମ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଓଭରରେ ୧୦୬ ରନ୍ କରିଥିବା ବେଳେ ଗଜବାହଲ ଦଳ ୭.୧ ଓଭର ସମସ୍ତ ରନ୍ କରି ମ୍ୟାଚ୍ ଚମ୍ପିୟାନ ହୋଇଥିଲେ । ଆଦିତ୍ୟ ସେଲମା ଓ ପ୍ରସାନ୍ତ ରଣା ଖେଳ ପରିଚାଳନା, ଯେମନ୍ତ କପାଟ ଓ ମାଧବ ଭୋଇ ଧରବିବାରଣୀ ଏବଂ ସୁମନ୍ତ ତାଣ୍ଡି ସ୍କୋରବୋର୍ଡ ଦାୟିତ୍ୱରେ ଥିବାବେଳେ ମ୍ୟାଚ୍ରେ ଆୟୋଜକ ପି.ସି.ସି. ଦଳର ଅଟଳ, କାହ୍ନା, ବିଜୟ, ହେମନ୍ତ , ସୁମନ୍ତ, ମନୋଜ, ସୁକାନ୍ତ, ଜିତେନ୍ଦ୍ର, ଲବ, ବିକାଶ, ବେଣୁଧର, ଦୁର୍ଗା ପ୍ରସାଦ, ଚନ୍ଦନ, ରଞ୍ଜିତ, ପୌରବ, କାନ୍ତ, ଶଙ୍କର,ଲୋକନାଥ, ସୁରେନ୍ଦ୍ର ପ୍ରମୁଖ ସହାଯ୍ୟ ସହଯୋଗ କରିଥିଲେ ।