centurian jitm

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

nschool

ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗତକାଲି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ ପରିସରରେ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳ ଛାତ୍ରୀ, ବିଭାଗର ମହିଳା କର୍ମଚାରୀ ଓ ଅଧିକାରୀମାନଙ୍କୁ ନେଇ ଏକ ଦୌଡ଼ ଆୟୋଜିତ ହୋଇଥିଲା । ଏହାକୁ ପୂର୍ବତନ ସାଂସଦ ତଥା ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ଅଲିମ୍ପିୟାନ ଅନୁରାଧା ବିଶ୍ୱାଳ ଓ କ୍ରୀଡ଼ା ବିଭାଗ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସେହିପରି ମହିଳା ଦିବସ ଅବସରରେ ବିଭିନ୍ନ ଜିଲ୍ଲାର ମହିଳା ପ୍ରତିଯୋଗୀଙ୍କୁ ନେଇ ବିଜୁ ପଟ୍ଟନାୟକ ୱେଟଲିଫ୍ଟିଂ ହଲ୍‌ ଠାରେ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୋଟ ୧୦ଟି ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୪୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଅନ୍ୟ ପକ୍ଷରେ ଗତକାଲି ବିଭିନ୍ନ ମହିଳା କ୍ରୀଡ଼ାବିତ୍‌ଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମ ପରିସରରେ ମ୍ୟୁଜିକ ଚେୟାର, ଟଗ୍-ଅଫ୍ ୱାର, ସ୍କିପିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅର୍ଜୁନ ପୁରସ୍କାର ବିଜେତା ମିନତୀ ମହାପାତ୍ର, ଅଲିମ୍ପିୟାନ ଅନୁରାଧା ବିଶ୍ୱାଳ, ଚେସ ତାରକା ପଦ୍ମିନୀ ରାଉତ, ହକି ତାରକା ସୁନିତା ଲାକ୍ରା ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ, ହକି କୋଚ ଲୁସିଲା ଏକ୍କା, ଭଲିବଲ କୋଚ ସୁଷମା ନନ୍ଦ, କୋଚ ସ୍ମରିତା ସାମନ୍ତରାୟ, କୋଚ ସରିତା ଜୟନ୍ତୀ ବେହେରା, ଆନ୍ତର୍ଜାତୀୟ ଭରୋଉତ୍ତୋଳିକା ରାନୁ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।

ଏହି ଅବସରରେ ବିଭିନ୍ନ ପାରମ୍ପରିକ ବେଶଭୂଷାରେ ପ୍ରତିଯୋଗୀଙ୍କ ଦ୍ୱାରା ରାମ୍ପ ଶୋ’ ପରିବେଷିତ ହୋଇଥିଲା ।

କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧିକାରୀ ନିବେଦିତା ଆଚାର୍ଯ୍ୟ ସଂଯୋଜନା କରିଥିଲେ । ଭାରୋତ୍ତୋଳନ କୋଚ ପି. ଧର୍ମାରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.