ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଅକ୍ଟୋବର ୧୫ ତାରିଖ ଦିନ ଶ୍ରୀ ଶ୍ରୀ ମହାରାଜା ଅଗ୍ରସେନ ଜୟନ୍ତୀ ପାଳନ ପାଇଁ ଚଳିତ ବର୍ଷ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଅକ୍ଟୋବର ୬ ତାରିଖରୁ ବିଭିନ୍ନ ବିଷୟରେ ଅଗ୍ରୱାଲ ସମାଜର ସମସ୍ତ ପରିବାର ସଦସ୍ୟଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ କରାଯାଉଛି । ୯ ତାରିଖ ଦ୍ୱିପହର ଦୁଇଟା ସମୟରେ ଟ୍ରେଜର ହଣ୍ଟ ପ୍ରତିଯୋଗିତା, ଅଢେଇ ଟାରେ ମଣ୍ଡଳା ଆର୍ଟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୁଣି ୩.୩୦ରୁ ୪.୩୦ ଯାଏଁ ନ୍ୟୁଜ ରିପୋରଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜଜ ଭାବରେ ଟିଟିଲାଗଡର ଯୁବ ସାମ୍ୱାଦିକ ସଞ୍ଜୟ କୁମାର ନାୟକ, ରୂପ ଚାନ୍ଦ ଜୈନ ଏବଂ ରମେଶ କନୋ ଡିଆ ଉପସ୍ଥିତ ରହି ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗିଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ ଅଗ୍ରୱାଲ ସଭାର ସଭାପତି ପ୍ରେମଚାନ୍ଦ ଜୈନ, ସଚିବ ଦୀପକ ଗୋଏଲ ଉପସ୍ଥିତ ଥିବା ବେଳେ ପରିଚାଳନା କରିବାରେ ରାହୁଲ ଜୈନ, ଆଶିଷ ଅଗ୍ରୱାଲ, ଭିକି ଅଗ୍ରୱାଲ, ସଂସ୍କାର ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ସନ୍ଧ୍ୟା ସମୟରେ ସୁର ସରଗମ ସଂଗୀତ ସଂଧ୍ୟା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସେଥିରେ ଜଜ ଭାବରେ କଣ୍ଠଶିଳ୍ପୀ ପଙ୍କଜ ଜାଲ, କଣ୍ଟାବାଞ୍ଜିର ପଙ୍କଜ ଜୈନ ଏବଂ କେଶବ ଅଗ୍ରୱାଲ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏହି ସଙ୍ଗୀତ ସନ୍ଧ୍ୟାରେ ବହୁତ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଅଗ୍ରୱାଲ ପରିବାରର ଶହ ଶହ ସଦସ୍ୟ ଉପସ୍ଥିତ ରହି ଆନନ୍ଦ ଉଠାଇଥିଲେ। ସମସ୍ତ ଜଜଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ ।
Next Post