ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ବଜାର ଗୌଡ଼ ସାହିର ମହିଳାମାନେ ହାଣ୍ଡି ମାଠିଆ ଧରି ପାଣି ପାଇଁ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଭୀଷଣ ଗରମ ତା’ ସାଙ୍ଗକୁ ଗୁଳୁଗୁଳି । ଖରା ବେଳେ ମଣିଷ ବାହାରିବାକୁ ଭୟ କରୁଛନ୍ତି ମହିଳାମାନେ ଖାଲି ପାଦରେ ମୁଣ୍ଡରେ ମାଠିଆ ହାତରେ ବାଲ୍ଟି ଧରି ଆସୁଥିବା ଦେଖିବାକୁ ମିଳିଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ନିଜ ସାହିରେ ୪ରୁ ୫ଦିନ ପାଇପରେ ପାନୀୟ ଜଳ ଆସୁନାହିଁ । ଆମ ଦୁଃଖ କେହି ଦେଖୁ ନାହାନ୍ତି ଜଳର ସମସ୍ୟା ସୁଧୁରୁ ନାହିଁ । ମହିଳା ମାନେ ପିଇବା ପାଣି ପାଇଁ ଡହକ ବିକଳ ହେଉଥିବା ଦେଖିବାକୁ ମିଳିଛି । ମହିଳାମାନେ ବାରମ୍ବାର ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ ଏହାର କିଛି ସୁଫଳ ମିଳୁନାହିଁ । ପ୍ରାୟ ୭ ଦିନ ହେଲାଣି ଆମ ସାହି ବାସିନ୍ଦାଙ୍କୁ ପାଣି ମିଳୁନାହିଁ ଆମରି କଷ୍ଟ କେହି ବୁଝୁନାହାନ୍ତି ନା ନଳକୂପ ଅଛି ନା କୂଅ ଅଛି ପାଣି ପାଇଁ ଆମକୁ ଦୂର ଦୁରାନ୍ତର ଯିବାକୁ ପଡୁଛି ମହିଳାମାନଙ୍କୁ ସରକାର ଅଗ୍ରାଧିକାର ଦେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ୱ ଦେଉନାହାନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ମହିଳାମାନେ ଜଳ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲେଇବୁ ଅବା ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇବୁ ବୋଲି କହିଛନ୍ତି । ଶନିବାର ଓ ରବିବାର ଦୁଇଦିନ ଛୁଟି ଥିବା ସତ୍ୱ ଅଞ୍ଚଳ ବାସିନ୍ଦା ଏନେଇ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନର୍ବାହ ଅଧିକାରୀ ଅଭିନାଶ ମିଶ୍ର ଓ ଗଞ୍ଜାମ ଅଧ୍ୟକ୍ଷ ପ୍ରତନିଧି ବିନୋଦ ଚନ୍ଦ୍ର ପାଢ଼ୀଙ୍କ ସହ ଯୋଗାଯୋଗ କରିବାରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ସଙ୍ଗେ ସଙ୍ଗେ ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କରୁଥିବା ସୂଚନା ମିଳିଛି ।