oom

କଂଟାବାଂଜି ବିଧାୟକଙ୍କ ଅଶୋଭନୀୟ ଆଚରଣ ପ୍ରତିବାଦରେ ଆସନ୍ତା ୧୬ରୁ ୧୮ ଯାଏଁ କଳା ବ୍ୟାଜ୍‌ ପରିଧାନ କରିବେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘର ସଦସ୍ୟ ସଦସ୍ୟା : ପ୍ରେସ୍‌ ବିଜ୍ଞପ୍ତି ଜାରି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଟାବାଂଜି ବିଧାୟକଙ୍କ ଅଶୋଭନୀୟ ଆଚରଣ ପ୍ରତିବାଦରେ ଆସନ୍ତା ୧୬ରୁ ୧୮ ଯାଏଁ କଳା ବ୍ୟାଜ୍‌ ପରିଧାନ କରିବେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘର ସଦସ୍ୟ ସଦସ୍ୟାମାନେ । ଏ ସଂକ୍ରାନ୍ତରେ ପ୍ରଶାସନିକ ସେବା ସଂଘ, ବଲାଙ୍ଗିର ଜିଲ୍ଲା ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘର ଏକ ଜରୁରୀ ବୈଠକ ଆହ୍ୱାନ କରାଯାଇଥିବା ବେଳେ ଏହି ବୈଠକରେ ଗତ ୧୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ଚାଲୁଥିବା ସମୟରେ କଂଟବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରୀ ଅଧିକାରୀମାନଙ୍କ ପ୍ରତି ପ୍ରଦର୍ଶନ କରିଥିବା ଅପଶବ୍ଦ ଓ ଆଚରଣ ଅତ୍ୟନ୍ତ ଦୁଃଖଦାୟକ ବୋଲି ମତ ପ୍ରକାଶ ପାଇଥିଲା । ଜଣେ ଜନ ପ୍ରତିନିଧି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପ୍ରତି ବ୍ୟବହାର କରିଥିବା କଟୁ ତଥା ଅରୁଚିକର ମନ୍ତବ୍ୟ ଏକ ସୁସ୍ଥ ପରମ୍ପରାର ପରିପନ୍ଥୀ ବୋଲି କୁହାଯାଇଛି । ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ‘ତମ ବାପାର ସମ୍ପତ୍ତି’ ବୋଲି କହିବା ଗଭୀର ଦୁଃଖଦାୟକ ଏବଂ ‘ଏହି ଜିଲ୍ଲାରେ ଅନେକ ଜିଳ୍ଲାପାଳ ମଧ୍ୟ ମାଡ଼ ଖାଇଛନ୍ତି’ ବୋଲି କହିବା ଅତ୍ୟନ୍ତ ଅଭଦ୍ରୋଚିତ ବୋଲି ଆଲୋଚନା କରାଯାଇଥିବା ବେଳେ କଂଟାବାଂଜି ବିଧାୟକଙ୍କ ଏଭଳି ଅଶୋଭନୀୟ ଆଚରଣକୁ ଦୃଢ଼ ନିନ୍ଦା କରାଯାଉଛି । ଏଭଳି ଅଶୋଭନୀୟ ଆଚରଣର ପ୍ରତିବାଦ ସ୍ୱରୂପ ବଲାଙ୍ଗିର ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘର ସଦସ୍ୟ ସଦସ୍ୟା ବୃନ୍ଦ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍‌ ପରିଧାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଆଗାମୀ ଦିନରେ ଏତାଦୃଶ ଘଟଣାକୁ ବରଦାସ୍ତ କରାଯିବ ନାହିଁ ଏବଂ ତାହାର ଦୃଢ଼ ଜବାବ୍‌ ଦିଆଯିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.