centurian jitm

ଅଧ୍ୟାପକଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟଠାରେ ଦିବଂଗତ ଆତ୍ମା ପ୍ରତି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସୂଚନା ଯୋଗ୍ୟ ଯେ, ଯେ ଗତକାଲି ଗୁରୁବାର ରାତି ୧.୧୫ ମିନିଟରେ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଇତିହାସ ବିଭାଗ ସହକାରୀ ପ୍ରାଧ୍ୟାପକ ଓ ବିଭାଗ ମୁଖ୍ୟ ଡ଼. ଅମୃତ ସିଂ ବରିହାଙ୍କ ଅକାଳ ବିୟୋଗ ହୋଇଥିଲା । ସେ ଜଣେ ଛାତ୍ର ବତ୍ସଳ, ଅମାୟିକ ଓ ପରୋପକାରୀ ମଣିଷ ଥିଲେ । ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ରୁଚି ରଖିବା ସହ ‘ଯୁବ ରେଡକ୍ରସ୍‌ର ଜିଲ୍ଲା ଆବାହକ-ସମ୍ପାଦକ ଥିଲେ । ଏହି ଦୁଇ ମିନିଟ ନୀରବ ପ୍ରାର୍ଥନାରେ ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.