jayashree

ରୁଗ୍‌ଣ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତି ପ୍ରଶାସନର ଦୃଷ୍ଟି ପଡିବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଏହି ସ୍ଥଳେ ଆଜି ବି ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଶିକ୍ଷା ବ୍ୟବସ୍ଥା ପ୍ରତି ଉପହାସ ସୃଷ୍ଟି କରୁଛି । ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ଅନ୍ତର୍ଗତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ ୧୯୭୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ବିଦ୍ୟାଳୟ ଆଜି ବି ୧ରୁ ୫ ଶ୍ରେଣୀର ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ଚାଲିଛି । ଉକ୍ତ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଲେଖାଯିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୨୦୨୦ ମସିହାରୁ ଏପରି ସ୍କୁଲ ବନ୍ଦ ହୋଇଥିବା ବେଳେ ଏଠାରେ ଏପରି ଭଙ୍ଗା ଦଦରା ସ୍କୁଲ ଶ୍ରେଣୀ କଠୋରୀରେ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଦ୍ୟାଳୟକୁ ୫୦ ବର୍ଷ ହୋଇଥିବା ବେଳେ ଜାତୀୟ ଶିକ୍ଷା ନୀତିକୁ ପାଳନ କରାଯାଉ ନଥିବା ବେଳେ ଉକ୍ତ ବିଦ୍ୟାଳୟର ଉନ୍ନତିକରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁମୋଦିତ ଅର୍ଥ ବ୍ୟବହାରକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଉକ୍ତ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦର୍ଶାଇଛନ୍ତି । ତେଣୁ ଜାତୀୟ ଶିକ୍ଷାନୀତିକୁ ଅନୁସରଣ କରି ଶିକ୍ଷା ବିଭାଗରେ ସଂସ୍କାର ଆଣିବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଶିକ୍ଷାବିତ୍‌ଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.