ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକ ପଡିଆରେ ବାଛୁରୀ ଟି ଜୀବନ ସହ ସଙ୍ଘର୍ଷ କରି ଛଟପଟ ହେଉଥିବା ବେଳେ ତା’ ମାଲିକ ସ୍ୱାର୍ଥପର ଭାବେ ବାଛୁରୀ ଟିକୁ ଦେଖି ନଦେଖିଲା ଭଳି ଅଭିନୟ କରି ଛାଡି ଚାଲିଯାଇଛି । ସେହି ରାସ୍ତା ଦେଇ ଯାଉଥିବା କିଛି ସ୍ୱେଛାସେବୀ ବାଛୁରୀଟିର ଦୁଃଖ ଓ କରୁଣ ଚିତ୍କାର ଆଖିର ଲୁହକୁ ସହି ନପାରି କାଇଁପୁର ସ୍ଥିତି ଭେଟନାରୀ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଡାକ୍ତରଙ୍କ ଉପସ୍ଥିତିରେ ବାଛୁରୀଟିକୁ ଔଷଧ, ସାଲାଇନ ଦେବା ବେଳେ ସ୍ୱେଛାସେବୀ ସୁଧୀର କୁମାର ପାଢ଼ୀ, ଦୁର୍ଗାମାଧବ ପାଣିଗ୍ରାହୀ, ଋତୁରାଜ ମହାପାତ୍ର, ପପୁ ମହାନ୍ତି, ସୋନୁ ମହାପାତ୍ର, ରାଜା ପଲେଇ ବାଛୁରୀଟିର ସେବା କରୁଥିବା ଜଣାପଡିଛି ।
Prev Post